ଟ୍ରକ ଚାପିଦେବ ଫଳରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ବରଗଡ଼ ଅତାବିରା ଥାନା ଦେବାହାଲ ଛକ ନିକଟରେ । ଘଟଣା ହେଉଛି ଦେବାହାଲ ଛକ ନିକଟରେ କୋଇଲା ବୋଝେଇ ଟ୍ରକ ଯାଉଥିବା ସମୟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଏହା ଫଳରେ ଟ୍ରକଟି ବାଇକ ଚାଳକଙ୍କ ଉପରେ ପଡିଯିବା ଫଳରେ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିଲା। ଦୁଇ ବାଇକ ଆରୋହୀ ଜଣଙ୍କ ସମ୍ବଲପୁର ସଦର ଥାନା ଅଞ୍ଚଳର । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେଇଥିଲା , ସ୍ଥାନୀୟ ଲୋକେ ପାଟିତୁଣ୍ଡ କରୁଥିଲେ ଏବଂ ପରେ ଖବର ପାଇଁ ଅତାବିରା ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା । ଦୁର୍ଘଟଣାର ତଦନ୍ତ କରିବା ସହ ଟ୍ରକକୁ ମଧ୍ୟ ଜବତ କରିଛି । ଟ୍ରକ ଡ୍ରାଇଭରକୁ ଅଟକ ରଖି ପଚାର ଉଚୁରା କରୁଛି ।
ଅଧିକ ପଢନ୍ତୁ : ଦୀପାବଳିରେ ରାଜ୍ୟର ବିଭିନ୍ନ ସ୍ଥାନରେ ଅଘଟଣ