ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ ହୋଇଛି। ୫ଟି ପ୍ରସ୍ତାବରେ ବାଜିଲା କ୍ୟାବିନେଟ ମୋହର
- ପ୍ରଥମଟି ହେଉଛି ରାଜ୍ୟରେ ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ବୃଦ୍ଧି ହୋଇଛି । ଅଣକୁଶଳୀ ଶ୍ରମିକଙ୍କ ମଜୁରୀ ୩୫୨ରୁ ୪୫୦ଟଙ୍କାକୁ ବୃଦ୍ଧି ହୋଇଥିବା ବେଳେ କୁଶଳୀ ଶ୍ରମିକଙ୍କ ମଜୁରୀ ୩୯୨ ଟଙ୍କାରୁ ୫୦୦କୁ ବୃଦ୍ଧି ହୋଇଛି । ଉଚ୍ଚ କୁଶଳୀ ଶ୍ରମିକଙ୍କ ପାଇଁ ୫୦୨ ଟଙ୍କାରୁ ୬୦୦କୁ ବୃଦ୍ଧି କରିଛନ୍ତି ସରକାର ।
- ଦିତ୍ବୀୟ ପ୍ରସ୍ତାବଟି ହେଉଛି ଓଡ଼ିଆ ଅସ୍ମିତାକୁ ଉଜ୍ଜୀବିତ ପାଇଁ କର୍ପସ ପାଣ୍ଠିକୁ ୨୦୦ କୋଟି ମଞ୍ଜୁରୀ । ଓଡ଼ିଆ ଅସ୍ମିତା ଭବନ ନିର୍ମାଣ, ତାଳ ପାତ୍ର ପୋଥି ସଂଗ୍ରହ, କଳାକାର ଗୌରବ ନିଦ୍ଦି ଯୋଜନା, ଜାତୀୟ ବିଶ୍ୱ ବିଦ୍ୟାଳୟ ରେ ଓଡ଼ିଆ ଚେୟାର ପ୍ରତିଷ୍ଠା ପାଇଁ ସ୍ଥିର କରାଯାଇଛି | ଗାଇଡଲାଇନ ପାଇଁ ବିଭାଗ କୁ ନିର୍ଦେଶ । ଏନେଇ ଏକ୍ସପଟଙ୍କୁ ନେଇ କମିଟି ଗଠନ ହେବ ।
- ତ୍ରୁତୀୟଟି ହେଉଛି ରାଜ୍ୟରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ୨୦ ହଜାର ଶିକ୍ଷକ ନିଯୁକ୍ତି ପାଇଁ ଵିଜ୍ଞାପନ ପ୍ରକାଶ ହୋଇଥିଲା | ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଥିଲେ । ଓଡ଼ିଶା ବିଦ୍ୟାଳୟର ୧୮ ହଜାର ୭୮୮ ଶିକ୍ଷକ ଚୟନ ଓ ନିଯୁକ୍ତି ହେବେ।
- ଚତୁର୍ଥ ଟି ହେଉଛି ଉଠା ଜଳ ସେଚନ ବିଭାଗ ପ୍ରକଳ୍ପରେ ୨ହଜାର ୬୫ ଗୋଟି ଅଚଳ ପ୍ରକଳ୍ପ କୁ ସଚଳ ହେବ । ୫ବର୍ଷ ଭିତରେ ୧ହଜାର ୪୪ କୋଟି ୮୪ ଲକ୍ଷ ବିନିଯୋଗ ହେବ ।
- ପଞ୍ଚମଟି ହେଉଛି ପିଏମ କିସାନ ରେ ବାଦ ପଡ଼ିଥିବା ଯୋଗ୍ୟ ହିତାଧିକାରୀଙ୍କୁ ମାର୍ଗଦର୍ଶି ଅନୁଯାଇ ହେବେ ସାମିଲ | ସମସ୍ତ କୃଷକ ପରିବାର ହେବେ ପିଏମ କିସାନ ରେ ସାମିଲ | ଗ୍ରାମୀଣ ଓ ସହରାଞ୍ଚଳ ରେ ରହୁଥିବା ଯୋଗ୍ୟ ବିବେଚିତ ଚାଷୀ ପିଏମ କିସାନରେ ସାମିଲ ହେବେ | ୬ଲକ୍ଷ ଚାଷୀ ଏଥିରେ ଅନ୍ତର୍ଭୁକ୍ତ ହେବେ ଏବଂ ଆଗାମୀ କିସ୍ତିରେ ଟଙ୍କା ପାଇବେ ।