ଫୁଲବାଣୀ: ଲାଞ୍ଚ ମାମଲାରେ ପୋଲିସ ଏଏସ ଆଇଙ୍କୁ ୩ ବର୍ଷ ଜେଲଦଣ୍ଡ ସହ ୨୦ ହଜାର ଟଙ୍କା ଜରିମାନା। ଅନୁଗୁଳ ଜିଲ୍ଲା କିଆକଟା ଥାନାର ତତ୍କାଳୀନ ଏ ଏସ ଆଇ ନବୀନ କୁମାର ଶତପଥୀ ୨୦୨୩ରେ ନେଉଥିବା ଏକ ଲାଞ୍ଚ ମାମଲାର ବିଚାର କରି ଫୁଲବାଣୀ ସ୍ୱତନ୍ତ୍ର ଭିଜିଲାନସ୍ କୋର୍ଟ ତାଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହା ସହିତ ୨୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଅତିରିକ୍ତ ଚାରି ମାସ କାରାଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ଦେଇଛନ୍ତି ଫୁଲବାଣୀ ସ୍ଵତନ୍ତ୍ର ଭିଜିଲାନସ୍ କୋର୍ଟ।
ବର୍ତ୍ତମାନ ସେ ଦେବଗଡ କୋର୍ଟରେ କୋର୍ଟ ଏ ଏସ ଆଇ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କ ଘର ବୌଦ୍ଧ ଜିଲ୍ଲା ବୌଦ୍ଧ ଟାଉନ୍ର ବୁଟୁପାଲିରେ। କୋର୍ଟରେ ଦଣ୍ଡ ବିଧାନ ହେବା ପରେ ଜାମିନରେ ଯାଇଛନ୍ତି ପୋଲିସ ବାବୁ। କୋର୍ଟ ବିବରଣୀରୁ ଜଣାପଡିଛି ଯେ ପଞ୍ଚାନନ ମେହେରଙ୍କ ଏକ ମାମଲାରେ ସାହାଯ୍ୟ କରିବା ପାଇଁ ୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଥିଲେ ଏ ଏସ ଆଇ। ମାମଲା ରୁଜୁ ହେବା ସହିତ ବିଚାର ଚାଲିଥିଲା।