ଭୁବନେଶ୍ୱର : ଆଇଏଏସ ସ୍ତରରେ ରାଜ୍ୟ ସରକାର ଏକ ଛୋଟ ଅଦଳବଦଳ କରିଛନ୍ତି । ଆଇଏଏସ୍ କ୍ୟାଡରରେ ରାଜ୍ୟ ସରକାର ଦୁଇଜଣ ଅଧିକାରୀଙ୍କୁ ବଦଳି କରିଛନ୍ତି । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
୨୦୧୧ ବ୍ୟାଚ୍ ଆଇଏଏସ୍ ଅଧିକାରୀ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ଓଡ଼ିଶା ରାଜ୍ୟ ନାଗରିକ ଯୋଗାଣ ନିଗମ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ବା ଏମଡି ଭାବରେ ରାଜ୍ୟ ସରକାର ନିଯୁକ୍ତି କରିଛନ୍ତି । ପୂର୍ବରୁ ସେ ରାଜ୍ୟରେ ଲଘୁ ଖଣିଜ ଦ୍ରବ୍ୟ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଥିଲେ । ବର୍ତ୍ତମାନ ସେ ୨୦୧୩ ବ୍ୟାଚ୍ ଆଇଏଏସ୍ ଅଧିକାରୀ ଶୁଭମ୍ ସାକ୍ସେନାଙ୍କ ସ୍ଥାନରେ ନିଯୁକ୍ତି ପାଇଛନ୍ତି । ଯାହାଙ୍କୁ ଏବେ ଓଡ଼ିଶାରେ କୃଷି ଏବଂ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଭାବରେ ନିଯୁକ୍ତ କରାଯାଇଛି ।
ସେହିପରି ୨୦୧୧ ବ୍ୟାଚର ସମର୍ଥ ବର୍ମାଙ୍କୁ ବୈଷୟିକ ଶିକ୍ଷା ଏବଂ ତାଲିମ ନିର୍ଦ୍ଦେଶକଙ୍କୁ କ୍ଷୁଦ୍ର ଖଣିଜ ଦ୍ରବ୍ୟ ନିର୍ଦ୍ଦେଶକ ଭାବରେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ବର୍ତ୍ତମାନ ସେ ଡିଟିଇଟି ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ ।