ଏକାଠି ହେଲେ ଚର୍ଚ୍ଚିତ ଆଇଏଏସ ଦମ୍ପତି । ରୀତିନୀତି ଅନୁଯାୟୀ ବିବାହ ବନ୍ଧନରେ ବାନ୍ଧି ହେଲେ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା ଓ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ । ଗୌହାଟୀର ଏକ ପଞ୍ଚ ତାରକା ହୋଟେଲରେ ଉଭୟଙ୍କ ମଧ୍ୟରେ ଖୁବ ଧୁମଧାମରେ ଶେଷ ହୋଇଛି ବାହାଘର । ମେହେନ୍ଦି ସେରିମନୀରେ ମଧ୍ୟ ଉଭୟ ଅନନ୍ୟା ଏବଂ ଚଞ୍ଚଳ ରୋମାଣ୍ଟିକ ଗୀତରେ ରେ ଡ୍ୟାନ୍ସ କରିଥିଲେ। ଦୁହିଁଙ୍କ କେମେଷ୍ଟ୍ରି ମଧ୍ୟ ଥିଲା ଜବରଦସ୍ତ । ଗତକାଲି ବର ବେଶରେ ବି ବେଶ୍ ମନଖୁସିରେ ନାଚିଥିଲେ ଜିଲ୍ଲାପାଳ ଚଞ୍ଚଳ ରଣା । ପୂର୍ବରୁ ଗତ ଫେବ୍ରୁଆରୀ ୧୯ ତାରିଖରେ ଉଭୟଙ୍କ ନିର୍ବନ୍ଧ ସମ୍ବଲପୁରରେ ହୋଇଥିଲା ।
ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଲ ରାଣା ପୂର୍ବରୁ ବର୍ତ୍ତମାନ ରାୟଗଡ଼ା ଜିଲ୍ଲାପାଳ ଥିବା ସ୍ଵଧାଦେବ ସିଂଙ୍କୁ ବିବାହ କରିଥିଲେ । ସେହିପରି ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ବର୍ତ୍ତମାନ କୋରାପୁଟ ଜିଲ୍ଲାପାଳ ଥିବା ଅବଦର ଏମ୍ ଅଖତରଙ୍କୁ ବିବାହ କରିଥିଲେ । ତେବେ ବିବାହ ବିଚ୍ଛେଦ ପରେ ଚଞ୍ଚଲ ଓ ଅନନ୍ୟାଙ୍କ ଭିତରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଗତକାଲି ବିବାହ ଉତ୍ସବ ସମୟରେ ପରିବାର ସଦସ୍ୟ ଓ ନିକଟତମ ସଂପର୍କୀୟ ଉପସ୍ଥିତ ରହି ନବଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।