ଜଳେଶ୍ବର : ବେଆଇନ ଧାନ ଟ୍ରକକୁ ଜବତ କଲା ଏନଫୋର୍ସମେଣ୍ଟ ଟିମ। ଏପରିକି ଟ୍ରକ ଚାଳକକୁ ଗିରଫ କରିଛି ପୋଲିସ। ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଆମ୍ବଳିଅଠା ନାକା ପଏଣ୍ଟ ନିକଟରେ ଏହି ଧାନ ବୋଝେଇ ଟ୍ରକକୁ ଜବତ କରାଯାଇଛି। ଜବତ ଟ୍ରକରେ ୨୫୦ କୁଣ୍ଟାଲ ଧାନ ଥିବା ଜଣାପଡ଼ିଛି। ତେବେ ଏହି ଚୋରା ଧାନ ବସ୍ତାକୁ ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଅଣାଯାଉଥିଲା। ଏହି ଘଟଣାକୁ ନେଇ ଉପଜିଲ୍ଲାପାଳଙ୍କ ଉପସ୍ଥିତରେ ଯୋଗାଣ ବିଭାଗ ଏହାର ତଦନ୍ତ କରୁଛି।
ସୂଚନା ଅନୁସାରେ, ଗତଦୁଇ ମାସ ହେଲାଣି ରବି ଧାନ ଧାନ ଅମଳ ସରିଛି। ହେଲେ ଏବେ ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ବେଆଇନ ଧାନ ଚାଲାଣ ହେଉଥିବା ନେଇ ବାରମ୍ବାର ଅଭିଯୋଗ ହୋଇଆସୁଥିଲା। ତେବେ ଏକ ଟ୍ରକରେ ଧାନ ଚୋରା ଚାଲାଣ ହେଉଥିବା ନେଇ ବିଶେଷ ସୂତ୍ରରୁ ଖବରପାଇଥିଲା ଏନଫୋର୍ସମେଣ୍ଟ ଟିମ। ଏହାପରେ ଟିମ ତୁରନ୍ତ ଏହି ଟ୍ରକ ଉପରେ ଚଢ଼ଉ କରିଥିଲା। ତେବେ ଜବତ ଟ୍ରକରେ ୨୫୦ କୁଣ୍ଟାଲ ଧାନ ଥିବା ଜଣାପଡ଼ିଛି। ଏପରିକି ଏହି ଧାନକୁ ଚୋରା ଚାଲାଣ କରୁଥିବା ଫ୍ରୀଭାରକୁ ଗିରଫ କରାଯାଇଛି।