କେନ୍ଦ୍ରାପଡା: ଭୁଷୁଡିଲା ବିଜେଡି ଗଡ। ବିଜେଡି ହାତରୁ ଖସିଯାଇଛି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଅଧ୍ୟକ୍ଷ ପଦ। ଅନାସ୍ଥାରେ ହାରି ପଦ ହରାଇଲେ ବିଜେଡି ସମର୍ଥିତ ବ୍ଲକ୍ ଅଧ୍ୟକ୍ଷା କଳ୍ପନା ରାଉତ । ୬୨ ସଦସ୍ୟଙ୍କ ମଧ୍ୟରୁ କଳ୍ପନାଙ୍କ ଅନାସ୍ଥା ସପକ୍ଷରେ ପଡ଼ିଲା ୪୯ ଭୋଟ୍ । ଏଥିସହ ୧୩ଜଣ ସରପଞ୍ଚ ଓ ସମିତି ସଭ୍ୟ ଭୋଟିଂରେ ଅନୁପସ୍ଥିତ ରହିଥିଲେ।
ସୂଚନାଥାଉକି,ବୁଧବାର ମହାକାଳପଡ଼ା ବ୍ଲକ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସ୍ଵତନ୍ତ୍ର ଅଧିବେସନରେ ଅନାସ୍ଥା ପ୍ରସ୍ତାବ ଉପରେ ମତଗ୍ରହଣ କରାଯାଇଥିଲା l ଏହି ବୈଠକରେ ୪୯ ଜଣ ସଭ୍ୟାସଭ୍ୟ ଉପସ୍ଥିତ ରହି ଅନାସ୍ଥାକୁ ସମର୍ଥନ କରିଥିଲେ। ବ୍ଲକରେ ୩୧ ପଞ୍ଚାୟତର ମୋଟ ୬୨ ସରପଞ୍ଚ ଏବଂ ସମିତି ସଭ୍ୟ ଉପସ୍ଥିତ ଥିଲେ। ଗତ ମାର୍ଚ୍ଚ ମାସରେ ୪୨ ଜଣ ଆଣିଥିବା ଅନାସ୍ଥା ଉପରେ ବିବାଦ ଦେଖାଦେବା ସହିତ ମାମଲା ହାଇକୋର୍ଟ କୁ ଯାଇଥିଲା l ପରେ ଦୁଇଦୁଇ ଥର ଭୋଟ ତାରିଖ ଧାର୍ଯ୍ୟ ହୋଇ ପରେ ବାତିଲ ହୋଇଥିଲା l ଆଜି ସ୍ଵତନ୍ତ୍ର ନିର୍ବାଚନମଣ୍ଡଳୀ ହେବା ପରେ ସମର୍ଥନ ଅଭାବରୁ ବ୍ଲକ୍ ଅଧ୍ୟକ୍ଷା କଳ୍ପନା ରାଉତ ନିଜ ପଦବୀ ହରାଇଛନ୍ତି। ଅନାସ୍ଥା ବୈଠକରେ ଦୁଇ ତୃତୀୟାଂଶ ଅର୍ଥାତ୍ ୪୪ ଜଣଙ୍କ ସମର୍ଥନ ଆବଶ୍ୟକତା ରହିଥିଲା।