ଭୁବନେଶ୍ୱର: ଏଣିକି ସରକାରୀ କାମରେ ଆଉ ସମୟ ଅପଚୟ ହେବନି । ନାଲିଫିତା ତଳେ ଚାପି ହୋଇ ରହିବନି ବିକାଶମୂଳକ କାମ । କାରଣ ଡବଲ ଇଞ୍ଜିନ ସରକାରରେ ଏବେ ବିକାଶର ବେଗ ଦୁଇଗୁଣା ହେବ । ଏଥିରେ ଢାଞ୍ଚାଗତ ପୁରୁଣା ସରକାରୀ ବ୍ୟବସ୍ଥା ବାଧକ ସାଜିବନି । କାରଣ ସରକାରୀ ବ୍ୟବସ୍ଥାର ଡିଲେୟରିଂ କରିବାକୁ ସରକାର ନିଷ୍ପତି ନେଇଛନ୍ତି। ଏହାଦ୍ବାରା ବିଭିନ୍ନ ପ୍ରକଳ୍ପର ଫାଇଲରେ ରକେଟ ବେଗରେ ବାଜିବ ମୋହର।
ପୂର୍ବରୁ ସରକାରୀ ଫାଇଲ ସହାୟକ ସେକ୍ସନ ଅଫିସରଙ୍କ ଠାରୁ ସଚିବଙ୍କ ନିକଟରେ ପହଞ୍ଚିବାକୁ ପ୍ରାୟ ୬ରୁ ୭ଟି ସ୍ତର ଦେଇ ଯିବାକୁ ପଡୁଥିଲା । ହେଲେ ଏବେ ଡିଲେୟରିଂ ବ୍ୟବସ୍ଥା ଦ୍ବାରା ଏହାକୁ ୩ଟି ସ୍ତରକୁ କମାଇବାକୁ ନିଷ୍ପତ୍ତି ହୋଇଛି। ଯାହାଫଳରେ ଏବେ ଆଉ ଫାଇଲ ଘୁଞ୍ଚିବା ପୂର୍ବପେକ୍ଷା ସମୟ ସାପେକ୍ଷ ହେବନି ।