ରାଉରକେଲା : ପାରିବାରିକ କଳହକୁ ନେଇ ଯୁବକଙ୍କୁ ତୀର ମାଡ଼। ଫଳରେ ଯୁବକଙ୍କ ଅବସ୍ଥା ଗୁରୁତର ହୋଇପଡିଛି। ତେବେ ଗୁରୁତର ଅବସ୍ଥାରେ ଯୁବକଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ସୁନ୍ଦରଗଡ଼ ଜିଲ୍ଲା କଲୁଙ୍ଗା ନିକଟରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଆହତ ଯୁବକ ହେଲେ ଉକ୍ତ ଗ୍ରାମର ନିତ୍ୟାନନ୍ଦ ରନବିଡ଼ା। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁସାରେ, ସମ୍ବଲପୁର ବୁର୍ଲା ବଡ଼ସିଂଘାଲିର ନିତ୍ୟାନନ୍ଦ ରନବିଡ଼ା କଲୁଙ୍ଗାକୁ ନିଜ ସଢୁର ଦଶାହ କାମରେ ଯୋଗଦେବାକୁ ଆସିଥିଲେ। ହେଲେ କୌଣସି କାରଣରୁ ଉଭୟ ପରିବାରଙ୍କ ମଧ୍ୟରେ ଝଗଡା ହୋଇଥିଲା। ଆଉ ଶେଷରେ ତାଙ୍କ ଉପରକୁ କେହି ତୀରମାଡ଼ କରିଥିଲା। ଏହାପରେ ନିତ୍ୟାନନ୍ଦଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ତେଣୁ ତାଙ୍କୁ ତୁରନ୍ତ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବରପାଇ ପୋଲିସ ଘଟଣାର ତଦନ୍ତ କରୁଛି। ତେବେ ତୀର ମାଡ଼ କରିଥିବା ବ୍ୟକ୍ତି ଫେରାର ହୋଇ ଯାଇଥିବା ସୂଚନା ମିଳିଛି।