ସମ୍ବଲପୁର: ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରାର ଆଜି ହେଉଛି ‘ପତରପେଣ୍ଡି’ ବିଧି। ଆଜିଠୁ ୭ଦିନ ପର୍ଯ୍ୟନ୍ତ ଦୁଲୁକିବ ସମ୍ବଲପୁର । ବାଜା, ତୁରି, ମହୁରି ଶଙ୍ଖନାଦରେ କମ୍ପିବ ସହର । ଦେବ ଦେବ ମହାଦେବ ଓ ମାତା ପାର୍ବତୀଙ୍କ ବିବାହ ଅନୁଷ୍ଠିତ ହେବ । ସାମିଲ ହେବେ ମାନବ, ଦାନଵ, ଦେବତା, ଅସୁର, ଭୁତ, କିନ୍ନର, ଗନ୍ଧର୍ବ ଆଦି ସମସ୍ତେ । ଭୋଳାବାବାଙ୍କ ବରଯାତ୍ରୀ ଶୋଭାଯାତ୍ରା ଓ ଯୁଗଳ ଦର୍ଶନ ଶୋଭାଯାତ୍ରା ହେବ । ଆଜି ସନ୍ଧ୍ୟାରେ ନନ୍ଦପଡା ଶୀତଳଷଷ୍ଠୀର ପତରପେଣ୍ଡି ବା ନିର୍ବନ୍ଧ ନୀତି ହେବ । ଏନେଇ ଚଳଚଞ୍ଚଳ ହୋଇଉଠିଛି ପୁରା ସହର ।
ଆସନ୍ତା ୩୧ରେ ହେବ ଭଗବାନ ଶିବ ଓ ଦେବୀ ପାର୍ବତୀଙ୍କର ବିବାହ ରହିଛି, ଏଥିପାଇଁ ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତେବେ ଚଳିତବର୍ଷ ଯବାନଙ୍କ ବୀର ଗାଥା ଉପରେ ପ୍ରଜ୍ଞାପନ ମେଢ ତିଆରି କରିଛି ନନ୍ଦପଡ଼ା ଯାତ୍ରା କମିଟି। ଅପରେସନ୍ ସିନ୍ଦୂରକୁ ନେଇ ତିଆରି ହୋଇଛି ପଜ୍ଞାପନ ମେଢ। ଅପରେସନ ସିନ୍ଦୂରରେ ବ୍ୟବହୃତ ଅସ୍ତ୍ରଶସ୍ତ୍ରକୁ ଏଥର ମୂର୍ତ୍ତି ଆକାରରେ ପ୍ରଜ୍ଞାପନ ମେଢରେ ସାମିଲ କରାଯାଇଛି। ଯବାନଙ୍କ ସାହାଜ ଓ ପରାକାଷ୍ଠା ଉପରେ ଏହି ପଜ୍ଞାପନ ମେଢ ପ୍ରସ୍ତୁତ ହୋଇଛି, ଯାହା ଅପରେସନ୍ ସିନ୍ଦୂରକୁ ଲୋକଙ୍କ ଠାରେ ଉପସ୍ଥାପନ କରିବ। ଭାରତୀୟ ସେନାର ସଫଳ ଅଭିଯାନ, ଯଥା S-400, ରାଫାଲ୍ ବିମାନ, ଅଗ୍ନି ମିସାଇଲ୍ ଇତ୍ୟାଦି ଆକର୍ଷଣର କାରଣ ପାଲଟିବ।