ରାୟଗଡ଼ା : ପୋଲିସ୍ ନିକଟରେ ଆତ୍ମସମର୍ପଣ କଲା ହାର୍ଡକୋର ମାଓବାଦୀ ଵିଜୟ ପୁନେମ ଓରଫ ଅଜୟ। ରାୟଗଡା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ୍ ସ୍ଵାତୀ କୁମାରଙ୍କ ନିକଟରେ ଆତ୍ମସମର୍ପଣ କରିଛି ଅଜୟ । ଅଜୟର ଘର ଛତିଶଗଡ଼ ରାଜ୍ୟ ବାଟିଗୁଡା ଗ୍ରାମ ବୋଲି ଜଣାପଡିଛି।
ସୂଚନା ଅନୁଯାୟୀ ମାଓବାଦୀ ଅଜୟ ବାସଧରା-ଘୁମୂସର-ନାଗାବଳୀ ଡିଭିଜନର କ୍ୟାଡର ମାଓବାଦୀ ଭାବେ କାର୍ଯ୍ୟ କରୁଥିଲା। ୨୦୦୯ ମସିହାରେ ସେ ନକ୍ସଲ ସଂଗଠନରେ ମିଶିଥିଲା । ସେ ଛତିଶଗଡ଼, ମାଲକାନଗିରି, କୋରାପୁଟ, ନୂଆପଡା, କଳାହାଣ୍ଡି, ବୌଦ୍ଧ, କନ୍ଧମାଳ ଓ ରାୟଗଡାରେ ଘଟିଥିବା ବିଭିନ୍ନ ନକ୍ସଲ ହିଂସା ରେ ଜଡିତ ଥିବା ଜଣାପଡିଛି । ତା ଉପରେ ୪ ଲକ୍ଷ ଟଙ୍କାର ପୁରସ୍କାର ରହିଥିବା ରାୟଗଡ଼ା ଏସ ପି ଏସ ସ୍ଵାତୀ କୁମାର ସୂଚନା ଦେଇଛନ୍ତି। ଏକ ୯ ଏମଏମ୍ ପିସ୍ତଲ,୮ ରାଉଣ୍ଡ ଗୁଳି, ୱକିଟକି ସହ ଏକ ଘଣ୍ଟା ଓ ସେ ନିଜେ ପୋଲିସ ନିକଟରେ ସମର୍ପଣ କରିଛି । ଅଜୟକୁ ସରକାରଙ୍କ ନକ୍ସଲ ଥଇଥାନ ନୀତି ଅନୁଯାୟୀ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ଏସ୍ ପି ସ୍ଵାତୀ କୁମାର ଗଣମାଧ୍ୟମ ଆଗରେ ସୂଚନାଦେଇଛନ୍ତି।