ପାରାଦ୍ୱୀପ: ପ୍ରେମ ବିବାହ କରି ବେଶ୍ ହସଖୁସିରେ ବିତୁଥିଲା ପରିବାର । ହେଲେ କିଏ ଜାଣିଥିଲା ଏ ହସ-ଖୁସିର ସଂସାରରେ ଦିନେ ଅଦିନିଆ ଚନ୍ଦ୍ର ଗ୍ରହଣ ଲାଗିବ । ବିବାହର ଠିକ୍ ୨ ବର୍ଷ ବିତିବା ପରେ ଜୀବନରେ ମାଡ଼ିଆସିଲା ଦୁଃଖର ବାଦଲ । ବୋନ୍ କ୍ୟାନ୍ସର ଥିବା ପତ୍ନୀଙ୍କ ଚିକିତ୍ସା କରାଇବାରେ ଜମା ରଖିଥିବା ସବୁ ଯାକ ଟଙ୍କା ଖର୍ଚ୍ଚ କରିସାରିଲେଣି ସ୍ୱାମୀ । ଏବେ ଟଙ୍କା ଅଭାବରୁ ଚିକିତ୍ସା କରାଇବା ତାଙ୍କ ପକ୍ଷେ ଆଉ ସମ୍ଭବ ହୋଇପାରୁନି । ତେଣୁ ଲୋକଙ୍କ ସହାୟତାକୁ ଚାହିଁ ରହିଛନ୍ତି ପାରାଦ୍ୱୀପ ଉପକଣ୍ଠ ଭୁତମୁଣ୍ଡାଇ ଗାଁର ବିଶ୍ୱଜିତ୍ ସ୍ୱାଇଁ ।
ସୂଚନା ମୁତାବିକ, ୨ ବର୍ଷ ପୁର୍ବେ ଭୁତମୁଣ୍ଡାଇର ବିଶ୍ୱଜିତ୍ ସ୍ୱାଇଁଙ୍କ ସହ ବନ୍ୟାରାଣୀଙ୍କ ପ୍ରେମ ବିବାହ ହୋଇଥିଲା । ବେଶ୍ ହସଖୁସିରେ ବିତୁଥିଲା ସେମାନଙ୍କ ଦିନ । ପୁଅଟିଏ ଜନ୍ମ ହେବାର କିଛି ଦିନ ପରେ ଧିରେ ଧିରେ ପତ୍ନୀ ବନ୍ୟାରାଣୀଙ୍କ ପାଦ ଫୁଲିବାକୁ ଲାଗିଲା । ପରେ ଯନ୍ତ୍ରଣା ଅସହ୍ୟ ହେବାରୁ ଦୁହେଁ କଟକକୁ ଆସି ଡାକ୍ତରଙ୍କୁ ଦେଖାଇଥିଲେ । ଏହାପରେ ବର୍ଷା ବୋନ୍ କ୍ୟାନ୍ସରରେ ଆକ୍ରାନ୍ତ୍ର ହୋଇଥିବା ଜଣାପଡିଥିଲା ।
ସେପଟେ ପତ୍ନୀଙ୍କୁ ସୁସ୍ଥ କରିବାକୁ ନିଜ ପାଖେ ସଞ୍ଚିତ କରି ରଖିଥିବା ସବୁ ଟଙ୍କା ଖର୍ଚ୍ଚ କରିସାରିଲେଣି ସ୍ୱାମୀ ବିଶ୍ୱଜିତ୍ । ଏପଟେ ଘରେ ପଡିରହିଛନ୍ତି ରୋଗିଣା ବାପା ସାଙ୍ଗକୁ କୁନି ପୁଅ । ଘର କହିଲେ ଓହଲିଆ ଚାଳ ଛପର, ଯାହାର ମରାମତି କରିବାକୁ ବି ଟଙ୍କା ନାହିଁ । ତେଣୁ ନିରୁପାୟ ହୋଇ ସାହାର୍ଯ୍ୟ ଅପେକ୍ଷାରେ ଚାହିଁ ବସିଛନ୍ତି ବିଶ୍ୱଜିତ୍ ।
ଏଭଳି ସ୍ଥିତିରେ ଅର୍ଥର ଆବଶ୍ୟକତା ଥିବାରୁ ତାଙ୍କୁ ସରକାର ସ୍ତରରେ ସାହାର୍ଯ୍ୟ କରିବାକୁ ନିବେଦନ କରିଛନ୍ତି ସ୍ଥାନୀୟ ଲୋକେ । ଏଥିସହ ଯଦି କେହି ସହୃଦୟ ବ୍ୟକ୍ତି ତାଙ୍କୁ ସାହାର୍ଯ୍ୟ କରିପାରନ୍ତେ, ତେବେ ଏହି ପରିବାର ନିଶ୍ଚିନ୍ତଭାବେ ଉପକୃତ ହୋଇ ପାରନ୍ତା । ଏଥିପାଇଁ ବିଶ୍ୱଜିତ୍ ନିଜ ବ୍ୟାଙ୍କ ଆକାଉଣ୍ଟ ସହ ଫୋନ୍ ପେ ନମ୍ବର ମଧ୍ୟ ଦେଇଛନ୍ତି ।
Banyarani pradhan
Punjab national bank
Ac /0575010359054
Ifsc - PUNB0057520
Ph - 9337985090