ଦେଓଗଡ: ଦେଓଗଡ ଜିଲ୍ଲା ବାରକୋଟ ଥାନା ରେଙ୍ଗାଲି ଗ୍ରାମରେ ଏକ ଅଭାନୀୟ ଘଟଣା ଦେଖିବାକୁ ମିଳିଛି । ସନ୍ତାନ ନ ହେବାରୁ କିରୋସିନି ଢାଳି ସ୍ତ୍ରୀ କୁ ହତ୍ୟା କରିଛି ସ୍ୱାମୀ ।
ସୂଚନା ଅନୁସାରେ, ସବିତା ଏବଂ ବିଜୟ ଉଭୟ ଉଭୟଙ୍କୁ ପ୍ରେମ ବିବାହ କରିଥିଲେ । ଦୀର୍ଘ ୧୫ ବର୍ଷ ଧରି ସବିତାଙ୍କ କିଛି ସନ୍ତାନ ନହେବାରୁ ସେମାନଙ୍କ ମଧ୍ୟରେ ସବୁବେଳେ ପାଟିତୁଣ୍ଡ ହୋଇଥାଏ । କିନ୍ତୁ ଗତକାଲି ବିଳମ୍ୱିତ ରାତିରେ ଏହା ଉଗ୍ରରୂପ ଧାରଣା କରିଥିଲା । ଏହି ଘଟଣାକୁ ନେଇ ସ୍ଵାମୀ ବିଜୟ ନାଏକ ସ୍ତ୍ରୀ ସବିତା ଦେହରେ କିରୋସିନି ଢାଳି ନିଆଁ ଲଗାଇ ଦେଇଥିଲେ । ଯାହା ଫଳରେ ସବିତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ଡାକ୍ତରଖାନାକୁ ପଠା ଯାଇଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ଖବର ପାଇଁ ଇବାରକୋଟ ଥାନା ଅଧିକାରୀ ଓ ସାଇଟିଫିକ ଘଟଣା ସ୍ଥଳ କୁ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ଅଭିଯୁକ୍ତ ସ୍ୱାମୀ ବିଜୟ ନାୟକଙ୍କୁ ଉଚିତ ଦଣ୍ଡ ଦିଆଯିବ ବୋଲି IIC ମମତା ପାଣିଗ୍ରାହୀ ସୂଚନା ଦେଇଛନ୍ତି ।