କଟକ ବଡ ମେଡିକାଲରେ ଉତ୍ତେଜନା ଦେଖିବାକୁ ମିଳିଛି। ମେଡିକାଲରେ କାର୍ଯ୍ୟରତ ହାଉସ ସର୍ଜନ ଏବଂ ନର୍ସିଂ ଅଫିସର ପରସ୍ପର ମଧ୍ୟରେ ମୁହାଁମୁହିଁ ହୋଇଛନ୍ତି। ହାଉସ ସର୍ଜନଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଦାବି କରିଛନ୍ତି ନର୍ସିଂ ଅଫିସର। ଏନେଇ କଟକ ବଡ଼ ଡାକ୍ତରଖାନା ସୁପରିଟେଣ୍ଡେଣ୍ଟଙ୍କ ଅଫିସ ମଧ୍ୟ ଘେରାଉ କରାଯାଇଛି।
ସୂଚନା ଅନୁସାରେ, ମେଡିସିନ ୱାର୍ଡରେ ଜଣେ ରୋଗୀଙ୍କୁ ରକ୍ତ ଦେବାରେ ବିଳମ୍ବ ହୋଇଥିଲା। ତେବେ ହାଉସ ସର୍ଜନଙ୍କ ଆସିବାରେ ବିଳମ୍ବ ହେବାରୁ ଏପରି ଘଟଣା ଘଟିଥିବା ନେଇ ଅଭିଯୋଗ କରିଥିଲେ ନର୍ସିଂ ଅଫିସର। ଫଳରେ ଏହାକୁ ନେଇ ଅନେକ ବିବାଦ ଦେଖିବାକୁ ମିଳିଥିଲା। ଏହି ଘଟଣାକୁ ନେଇ ୧୦ ଜଣ ହାଉସ ସର୍ଜନ ସମ୍ପୃକ୍ତ ନର୍ସିଂ ଅଫିସରଙ୍କୁ ଅଫିସ ରୁମରେ ବନ୍ଦ କରି ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ତେଣୁ ଏହି ଘଟଣାକୁ ନେଇ ବଡ଼ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଛି। ତେବେ ସୁପରିଟେଣ୍ଡେଣ୍ଟଙ୍କ ଅଫିସ କରି ହାଉସ ସର୍ଜନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଛି। ଘଟଣାସ୍ଥଳରେ ମେଡିକାଲ ସୁପରିଟେଣ୍ଡେଣ୍ଟ ପହଂଚି ସମସ୍ତଙ୍କୁ ବୁଝାସୁଝା କରୁଛନ୍ତି।