କଟକ: ଶ୍ରୀମନ୍ଦିର ରତ୍ନ ଭଣ୍ଡାର ସମ୍ପର୍କିତ ମାମଲାରେ ହାଇକୋର୍ଟରେ ମନ୍ଦିର ପ୍ରଶାସନ ଜବାବ ରଖିଛି । ରତ୍ନ ଅଳଙ୍କାର ଗଣତିମଣତି ନେଇ ଏସଓପି ପ୍ରସ୍ତୁତ ହୋଇସାରିଛି । ରାଜ୍ୟ ସରକାର ଅନୁମତି ପ୍ରଦାନ କଲେ ଗଣତି ମଣତି ହେବ ବୋଲି ମନ୍ଦିର ପ୍ରଶାସନ ହାଇକୋର୍ଟଙ୍କୁ ଅବଗତ କରିଛି । ତେବେ ଚାବି ହଜିବା ପ୍ରସଙ୍ଗକୁ ନେଇ ହାଇକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି ।
ଆବେଦନକାରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଗଚ୍ଛିତ ଥିବା ସମସ୍ତ ରତ୍ନ ସୁରକ୍ଷିତ ଅଛି ନାଁ ନାହିଁ ତାହାର ତଥ୍ୟ ଲୋଡିଛନ୍ତି । ୧୯୭୮ ମସିହାରେ ଶେଷ ଥର ପାଇଁ ଗଣତି ମଣତି ହୋଇଥିଲା । କିନ୍ତୁ ସେବେକାର ତାଲିକା ଅନୁସାରେ ଏବେ ରତ୍ନ ଭଣ୍ଡାରରେ ରତ୍ନ ଅଳଙ୍କାର ଅଛି କି ନାହିଁ ଆବେଦନକାରୀ ପ୍ରଶ୍ନ କରିଛନ୍ତି । ଆସନ୍ତା ଶୁଣାଣି ସୁଦ୍ଧା ଆଭିମୁଖ୍ୟ ସ୍ପଷ୍ଟ ଲାଗି ରାଜ୍ୟ ସରକାରଙ୍କୁ ହାଇକୋର୍ଟ କହିଛନ୍ତି । ରତ୍ନଭଣ୍ଡାର ଚାବି ହଜିବା ସମ୍ପର୍କରେ ତଦନ୍ତ କମିଶନ ରିପୋର୍ଟ କେବେ ସାର୍ବଜନୀନ ହେବ ତା ଉପରେ ମଧ୍ୟ ସ୍ପଷ୍ଟୀକରଣ ହାଇକୋର୍ଟ ସ୍ପଷ୍ଟୀକରଣ ମାଗିଛନ୍ତି ।