ସମ୍ବଲପୁର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବଲପୁର ଜିଲ୍ଲା ଗସ୍ତ କରି ଲଫଙ୍ଗା ସ୍ଥିତ ହିଣ୍ଡାଲକୋ କମ୍ପାନୀର ସମ୍ପ୍ରସାରଣ ହୋଇଛି । ଆଲୁମିନିୟମ ଶିଳ୍ପାନୁଷ୍ଠାନର ଦୁଇଟି ପ୍ରକଳ୍ପ ଉଦଘାଟନ ଓ ଗୋଟିଏ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ୫ ହଜାର କୋଟିର ଆଲୁମିନିୟମ ଏଫ.ଆର.ପି ୟୁନିଟ ଓ ୮୩୪ କୋଟିର ସ୍ଵତନ୍ତ୍ର ବ୍ୟାଟେରୀ ଫଏଲ ୟୁନିଟର ଉଦଘାଟନ କରିଛନ୍ତି । ଏହା ସହ ୨୧ ହଜାର ୧୬୨ କୋଟି ଆଦିତ୍ୟ ଆଲୁମିନିୟମ ସ୍ମେଲଟର କ୍ଷମତା ସମ୍ପ୍ରସାରଣ ପ୍ରକଳ୍ପର ଶିଲାନ୍ୟାସ କରିଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସମ୍ବଲପୁର ଜ଼ିଲ୍ଲା ତଥା ଅଞ୍ଚଳ ପାଇଁ ଆଜି ଏକ ଐତିହାସିକ ଦିନ । ଆଦିତ୍ୟ ଆଲୁମିନିୟମ ସମ୍ବଲପୁର ଅଞ୍ଚଳକୁ ସମୃଦ୍ଧ କରିବାରେ ବେସ ଗୁରୁତ୍ୱପୂର୍ଣ ଦାୟିତ୍ୱ ବହନ କରିଛି । ଏହି କମ୍ପାନୀରେ ସ୍ଥାନୀୟ ଲୋକଙ୍କୁ କିପରି ଅଗ୍ରାଧିକାର ଦିଆଯିବ ଏବଂ ଏହାକୁ ଅତ୍ୟନ୍ତ ଗୁରୁତର ଗ୍ରହଣ କରି ସରକାର ପଦକ୍ଷେପ ନେବେ ଯେପରି ଲୋକେ ଚାକିରି ପାଇବେ । ଅଞ୍ଚଳର ଭିତ୍ତିଭୂମି ସୁଦୃଢ ହେଲେ ଏ ଅଞ୍ଚଳର ବିକାଶ ହେବ । ଯୁବକ ଯୁବତୀ ମାନେ ସୁଦୃଢ ହେବେ । ଏଥିପାଇଁ ଏହି ଅଞ୍ଚଳକୁ ସରକାର ଅଗ୍ରାଧିକାର ଦେଉଛନ୍ତି । ସେହିପର ଅଞ୍ଚଳକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ଯାହା ଦରକାର ରାଜ୍ୟ ସରକାର କରିବେ ।
ପରାଧୀନ ଭାରତ ଥିବା ବେଳେ ଘନଶ୍ୟାମ ବିର୍ଲା ସେହି ସମୟରେ ଭାରତରେ ଶିଳ୍ପ ପ୍ରତିଷ୍ଠା କରିବାର ସାହସ କରିଥିଲେ ଯେଉଁ ସମୟରେ ଇଂରେଜ ସରକାର ଥିଲା । ଯାହା ଆଜି ଏହି କମ୍ପାନୀକୁ ଏତେ ଆଗକୁ ନେଇଛି । ଓଡ଼ିଶାରେ ଆହୁରି ନୂଆ ଶିଳ୍ପର ପ୍ରତିଷ୍ଠା କରାଯିବ । ଏହା ଦ୍ୱାରା ୧୫ ଲକ୍ଷ ଶିକ୍ଷିତ ଯୁବକ ଯୁବତୀ ଚାକିରି ପାଇ ପାରିବେ । ଅଞ୍ଚଳର ଯୁବକମାନଙ୍କ ଦକ୍ଷତା ବୃଦ୍ଧି ହେଲେ ଏଠିକାର କମ୍ପାନୀ ବାଧ୍ୟ ନିଯୁକ୍ତି ଦେବ । ବାହାର ରାଜ୍ୟର ଯୁବକ ଯୁବତୀମାନଙ୍କୁ ଯେଉଁ ଅଗ୍ରାଧିକାର ଦିଆଯଉଛି ତାହା ଆମ ଯୁବକ ଯୁବତୀମାନେ ପାଇବେ । ୨୦ ଲକ୍ଷ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ହେବ ।
ମୁଖ୍ୟମନ୍ତ୍ରୀ ହିଣ୍ଡାଲକୋ କମ୍ପାନୀ ଏମଡି ସତୀଶ ପାଇଙ୍କୁ ୮୦ ପ୍ରତିଶତ ସ୍ଥାନୀୟ ଯୁବକମାନଙ୍କୁ ଚାକିରି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର କମ୍ପାନୀ ଉପରେ ବେସ ଅସନ୍ତୋଷ ଦେଖାଇଛନ୍ତି l ଜୟନାରାୟଣ ଆଜି କମ୍ପାନୀମାନଙ୍କ ବିରୁଦ୍ଧରେ ବିସ୍ଫୋରକ ବୟାନ ଦେଇଛନ୍ତି l ସେ କହିଛନ୍ତି କମ୍ପାନୀମାନେ ସ୍ଥାନୀୟ ନିଯୁକ୍ତିରେ ଅବହେଳା କରିଛନ୍ତି l ମୁଁ ମନ୍ତ୍ରୀ ଥିବା ବେଳେ ଏକ ଫାଇଲ ପଠାଇଥିଲି, ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ନିଯୁକ୍ତିରେ ଅଗ୍ରାଧିକାର ଦିଆଯାଉ l ସରକାରୀ ନିୟମକୁ ଏଠିକାର କମ୍ପାନୀ କର୍ତ୍ତୃପକ୍ଷ ଜଳାଞ୍ଜଳି ଦେଇ ଦେଉଛନ୍ତି l କୌଣସି କଳକାରଖାନା ସ୍ଥାନୀୟ ନିଯୁକ୍ତି ଦେଉନାହାନ୍ତି l ଏପରିକି ସ୍ଥାନୀୟ ଲୋକଙ୍କୁ ଝାଡୁଦାର ଚାକିରି ମଧ୍ୟ ଦେଉନାହାନ୍ତି l ଏଥିପାଇଁ ଆଜି ନିଜେ ମୁଖ୍ୟମନ୍ତ୍ରୀ ହିଣ୍ଡାଲକୋ କମ୍ପାନୀର ଏମଡିଙ୍କୁ ତାଗିଦ କରିବା ସହ ନିର୍ଦ୍ଦେଶ ଦେଇଛନ୍ତି l
ଏହି କାର୍ଯ୍ୟକ୍ରମରେ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ, ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ସମ୍ଵଲପୁର ବିଧାୟକ ଜୟନାରାୟଣ ମିଶ୍ର, ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲ , ପୂର୍ବତନ ବିଧାୟକ ନାଉରି ନାଏକ ପ୍ରମୁଖ ଉପସ୍ଥିତ ଥିଲେ।