ପବିତ୍ର କାର୍ତ୍ତିକ ମାସ ପାଇଁ ଘର ଛାଡ଼ି ଶ୍ରୀକ୍ଷେତ୍ରରେ ରହୁଥିଲେ ହବିଷ୍ୟାଳୀ । ତାଙ୍କ ପାଇଁ ମାସ ଯାକ ତାଙ୍କ ପାଇଁ ପ୍ରଶାସନ ତରଫରୁ ଅନେକ ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ଏହି ଏକ ମାସ ଧରି ହବିଷ୍ୟାଳୀମାନେ ବିଭିନ୍ନ ମଠ, ଧର୍ମଶାଳା ଓ ସରକାରୀ ଆଶ୍ରୟ ସ୍ଥଳରେ ରହି ହବିଷ୍ୟ ବ୍ରତ ପାଳନ କରୁଥିଲେ । କାର୍ତ୍ତିକ ମାସ ଶେଷ ହେବା ପରେ ଘରକୁ ଫେରୁଛନ୍ତି ଭକ୍ତ ମାନେ । ନିଜ ଘର ସଂସାର ଛାଡ଼ି, ସମସ୍ତ ମାୟା ବନ୍ଧରୁ ଡୁରେଇ ଭଗବାନଙ୍କ ନିକରକୁ ଆସିଥିଲେ ଭକ୍ତମାନେ । କାର୍ତ୍ତିକ ମାସ ପାଇଁ ଦୀର୍ଘ ଏକ ମାସ ଧରି ଶ୍ରୀକ୍ଷେତ୍ରରେ ହବିଷ୍ୟାଳୀଙ୍କ ଗହଳି ଚହଳି ଲାଗିଥିଲା । ହେଲେ ଆଉ ସେ ଭିଡ ଦେଖିବାକୁ ମିଳିବ ନାହିଁ | କାର୍ତ୍ତିକ ମାସର ପୁଣ୍ୟ ଅର୍ଜନ କରି ଘରକୁ ବାହାଡୁ ଛନ୍ତି ଲୋକ ।ପୁଣିଥରେ ଆର ବର୍ଷର ଅପେକ୍ଷାରେ ରହିଛନ୍ତି ଭକ୍ତ । ପୁଣିଥରେ ଆର ବର୍ଷକୁ ଶ୍ରୀକ୍ଷେତ୍ରରେ ଫେରିବେ ହବିଷ୍ୟାଳୀ ।