ଶନିବାର ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କର ଗୁପ୍ତ ଗୁଣ୍ଡିଚା ନୀତି ଆରମ୍ଭ ହୋଇଯାଇଛି । ଏହି ନୀତିରେ ମହାପ୍ରଭୁ ମାଆ ଲକ୍ଷ୍ମୀଙ୍କୁ ଗୁଣ୍ଡିଚା ମନ୍ଦିର ନେବା ପାଇଁ ଦେଇଥିବା ପ୍ରତିଶ୍ରୁତି ପାଳନ କରିବେ । ମହାପ୍ରଭୁ ମାଆ ଲକ୍ଷ୍ମୀଙ୍କୁ ନେଇ ଗୁପ୍ତଗୁଣ୍ଡିଚା ଯାତ୍ରା ଶନିବାର ଦିନ ଆରମ୍ଭ ହୋଇଛି । ରଥଯାତ୍ରାରେ ମହାପ୍ରଭୁ , ବଡ଼ ଭାଇ ବଳଭଦ୍ର ଓ ସାନ ଭଉଣୀ ସୁଭଦ୍ରାଙ୍କ ସହିତ ମାଉସି ମା ମନ୍ଦିରକୁ ୯ ଦିନ ପାଇଁ ଯାଇଥାନ୍ତି ।
ଆଉ ଶ୍ରୀ ମନ୍ଦିରରେ ୯ ଦିନ ଏକାକୀ ରୁହନ୍ତି ମାଆ ଲକ୍ଷ୍ମୀ ସାଆନ୍ତାଣୀ । ଯେତେବେଳେ ମାଉସି ମା ଘରୁ ପ୍ରଭୁ ନୀଳାଦ୍ରିବିଜେ ସମୟରେ ଶ୍ରୀ ମନ୍ଦିରକୁ ଫେରନ୍ତି । ସେତେବେଳେ ମାଆ ଲକ୍ଷ୍ମୀ ମହାପ୍ରଭୁଙ୍କ ଉପରେ ଅଭିମାନ କରିଥାନ୍ତି । ଆଉ ମା ଲକ୍ଷ୍ମୀଙ୍କର ଅଭିମାନକୁ ଭାଙ୍ଗି ପ୍ରଭୁ ବଡ଼ ଠାକୁର କୁହନ୍ତି ଯେ, ସେ ମାଉସି ମା ଘରକୁ ମା ଲକ୍ଷ୍ମୀଙ୍କୁ ନେଇକି ଯିବେ । ସେଥିପାଇଁ ଶ୍ରୀକ୍ଷେତ୍ରରେ ଗୁପ୍ତ ଗୁଣ୍ଡିଚା ନୀତି ଅନୁଷ୍ଠିତ ହୁଏ ।
ପରମ୍ପରା ଓ ବିଧି ଅନୁସାରେ ଏହି ନୀତି ଶ୍ରୀକ୍ଷେତ୍ରରେ ଏକ ନିଆରା ନୀତି । ଦୁର୍ଗାମାଧବ ଉପାସନାର ପ୍ରତୀକ ସ୍ୱରୂପ ମହାପ୍ରଭୁ ଗୁପ୍ତ ଗୁଣ୍ଡିଚାରେ ମାଆ ମହାଲକ୍ଷ୍ମୀ ସ୍ଵରୁପା ମାଆ ଦୁର୍ଗାଙ୍କୁ ନେଇ ଦୋଳମଣ୍ଡପ ସାହି ସ୍ଥିତ ନାରାୟଣୀ ମନ୍ଦିରକୁ ବିଜେ କରନ୍ତି । ଶ୍ରୀମନ୍ଦିରରେ ସକାଳଧୂପା ନୀତି ପରେ ମହାପ୍ରଭୁଙ୍କଠାରୁ ଆଜ୍ଞାମାଳ ପାଇ ଦୁର୍ଗାମାଧବ ରଥରେ ବିଜେକରି ନାରାୟଣୀ ମନ୍ଦିରରେ ଅବସ୍ଥାନ କରନ୍ତି । ଦୁର୍ଗାମାଧବ ଉପାସନାର ଏକ ବିଶେଷ ଲୀଳା, ଶ୍ରୀକ୍ଷେତ୍ରରେ ଦେଖିବାକୁ ମିଳିଥାଏ।
ମା ଲକ୍ଷ୍ମୀ, ମା ଦୁର୍ଗା ଓ ମହାପ୍ରଭୁ ଶ୍ରୀଜଗନ୍ନାଥ ମାଧବ ରୂପରେ ଦୋଳମଣ୍ଡପ ସାହିସ୍ଥିତ ନାରାୟଣୀ ମନ୍ଦିରକୁ ବିଜେ କରିଥାନ୍ତି । ଷୋଳପୂଜାର ଶେଷ ଆଠ ଦିନ ଦୁର୍ଗା ମାଧବ ଶ୍ରୀମନ୍ଦିରରୁ ନାରାୟଣୀ ମନ୍ଦିରକୁ ଏକ ରଥାକୃତି ବିମାନରେ ଆସିବା ସହ ମାଣ୍ଡୁଅ ଭୋଗ ଖାଇଥାନ୍ତି । ଶ୍ରୀମନ୍ଦିରରେ ଚନ୍ଦନଲାଗି ବଢିବା ପରେ ଦୁର୍ଗାମାଧବ ପାଲିଙ୍କିରେ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ । ଆଉ ଏହି ପୁରାତନ ନୀତିକାନ୍ତି ଦେଖିବା ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କର ପ୍ରବଳ ଭିଡ଼ ମଧ୍ୟ ଲାଗିଥାଏ ।
ଆଗକୁ ପଢ଼ନ୍ତୁ : ଭକ୍ତିମୟ ପରିବେଶରେ ସାଗର ଶ୍ରୀକ୍ଷେତ୍ରକୁ ପହଞ୍ଚିଛି ରଥଚକା