ରାଜ୍ୟରେ ଶେଷ ପର୍ଯ୍ୟାୟ ଭୋଟ୍ ପାଇଁ ଆଜି ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି ଓ ଆସନ୍ତା ଶନିବାର ମତଦାନ ହେବ। ମାର୍ଚ୍ଚ ପହିଲାରୁ ଆଜି ସୁଦ୍ଧା ରାଜ୍ୟରେ ମୋଟ ୨୭୦କୋଟି ଟଙ୍କାର ନଗଦ ଓ ବିଭିନ୍ନ ସାମଗ୍ରୀକୁ ବିଭିନ୍ନ ଏନଫୋର୍ସମେଂଟ ଏଜେନ୍ସି ଜବତ କରିଛନ୍ତି । ଏଥିରେ ୨୦.୮୦କୋଟି ଟଙ୍କା ନଗଦ ରହିଛି । ନିର୍ବାଚନ ସମୟରେ ଏତେ ପରିମାଣରେ ଟଙ୍କା ଓ ବିଭିନ୍ନ ସାମଗ୍ରୀ ପରିମାଣ ଜବତ ହେବା ଓଡ଼ିଶାରେ ପ୍ରଥମ ।
ତେବେ ମାର୍ଚ୍ଚ ପହିଲାରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ମୋଟ ୨୭୦କୋଟି ଟଙ୍କାର ବିଭିନ୍ନ ସାମଗ୍ରୀକୁ ଜବତ କରିଛନ୍ତି ବିଭିନ୍ନ ଏନଫୋର୍ସମେଣ୍ଟ ଏଜେନ୍ସି । ଏଥିରେ କେବଳ ୨୦.୮୦କୋଟି ନଗଦ ଟଙ୍କା ଜବତ ହୋଇଛି । ଏହାବ୍ୟତୀତ ୪୦.୭୫କୋଟି ଟଙ୍କାର ମଦ, ୭୭.୯୯କୋଟି ଟଙ୍କାର ଅନ୍ୟାନ୍ୟ ନିଶାସାମଗ୍ରୀ ଓ ମାଦକଦ୍ରବ୍ୟ ଜବତ କରିଛି ବିଭାଗ । ସେହିପରି ୧୪.୭୪କୋଟି ଟଙ୍କାର ସୁନା ସମେତ ଅନ୍ୟାନ୍ୟ ମୂଲ୍ୟବାନ ଧାତୁ ଓ ୧୪୧.୫୭କୋଟି ଟଙ୍କାର ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି ।
ଚଳିତଥର ନିର୍ବାଚନ କମିଶନଙ୍କ କଡ଼ା ତାଗିଦ୍ ଓ ଆଭିମୁଖ୍ୟ ଯୋଗୁ ଏତେ ପରିମାଣର ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ସମ୍ଭବପର ହୋଇପାରିଛି । ରାଜ୍ୟରେ ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପରଠୁ ‘ସି-ଭିଜିଲ୍’ ଆପ୍ ମାଧ୍ୟମରେ ପ୍ରାୟ ୧୫ହଜାରରୁ ଅଧିକ ଅଭିଯୋଗ ହସ୍ତଗତ ହୋଇଛି । ସେସବୁର ଯାଞ୍ଚ କରାଯାଇଛି ଓ ସେଥିରୁ ୧୧ହଜାରରୁ ଅଧିକ (ପ୍ରାୟ ୭୪%) ଅଭିଯୋଗ ସତ ଥିବା ପ୍ରମାଣ ମିଳିଛି ।