ଭୁବନେଶ୍ୱର: ରେକର୍ଡ ସ୍ତରରେ ସୁନା ଏବଂ ରୂପା ଦର । ଲକ୍ଷେ ୩୫ ହଜାର ପାର୍ କଲା ସୁନା ରେଟ୍ । ଭୁବନେଶ୍ୱରରେ ୨୪ ଏବଂ ୨୨ କ୍ୟାରେଟ୍ ସୁନା ଦରରେ ୧୦ ଗ୍ରାମ ପିଛା ୧୪୭୦ ଟଙ୍କା ଏବଂ ୧୩୫୦ ଟଙ୍କା ବୃଦ୍ଧି ହୋଇଛି । ଫଳରେ ୨୪ କ୍ୟାରେଟ୍ ସୁନା ଦର ୧,୩୫,୩୮୦ ଟଙ୍କା ଥିବା ବେଳଏ ୨୨ କ୍ୟାରେଟ୍ ସୁନା ଦର ୧,୨୪, ୧୦୦ ଟଙ୍କା ହୋଇଛି।
ଅନ୍ୟପକ୍ଷରେ ରୁପା କେଜି ଏ ବର୍ଷ ୫୭ ହଜାର ମହଙ୍ଗା ହୋଇଛି। ରୁପା ଦର ୫ ହଜାର ଟଙ୍କା ବଢ଼ି ୨ ଲକ୍ଷ ୧୫ ହଜାର ଟଙ୍କା ହୋଇଛି। ସୁନା ଦର ବଢ଼ିବାର ଅନେକ ପ୍ରମୁଖ କାରଣ ରହିଛି। ଚୀନ୍ ଭଳି ଦେଶ ନିଜ ରିଜର୍ଭ ବ୍ୟାଙ୍କରେ ସୁନା ଭରିଚାଲିଛି। ଏହା ଗୋଟିଏ ବର୍ଷରେ ପ୍ରାୟ ୯୦୦ ଟନ ଅଧିକ ସୁନା କିଣୁଛି, ଯାହାକି ସୁନା ଦରକୁ ଉପରମୁହାଁ କରୁଛି।
ସେହିଭଳି ରୁଷ- ୟୁକ୍ରେକ ଯୁଦ୍ଧ ଏବଂ ବିଶ୍ଵବ୍ୟାପୀ ଅଶାନ୍ତି ମଧ୍ୟରେ ନିବେଶକ ସୁନାରେ ନିବେଶ କରିବାକୁ ସୁରକ୍ଷିତ ଭାବୁଛନ୍ତି। ଏହା ଫଳରେ ଧାତୁର ଚାହିଦା ବୃଦ୍ଧି ପାଉଥିବାରୁ ଦରବୃଦ୍ଧିର ପ୍ରମୁଖ କାରଣ ହୋଇଛି। ଏହା ସହ ବିବାହ ଋତୁ ଆରମ୍ଭ ହେବା ଦ୍ୱାରା ସୁନା ଚାହିଦା ବୃଦ୍ଧି ପାଇଛି ।