ବାରିପଦା: ପୋଲିସକୁ ଖୁଲମ୍ ଖୁଲା ଚ୍ୟାଲେଞ୍ଜ ଦେଲେ ଲୁଟେରା। ଦିନ ଦ୍ଵିପ୍ରହରରେ ବାରିପଦା ଟାଉନ ଥାନା ସମ୍ମୁଖରୁ ଏକ ବାଇକରେ ଆସି ମହିଳାଙ୍କ ବେକରୁ ଝାମ୍ପିନେଲେ ସୁନା ଚେନ୍। ଥାନା ସମ୍ମୁଖରୁ ସୁନା ଚେନ୍ ଲୁଟ୍। ଏହି ଘଟଣା ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି।
ସୂଚନା ଅନୁସାରେ, ଶନିବାର ଶ୍ୟାମ ବାବା କଳସ ଅଭାଯାତ୍ରା ରେ ମହିଳା ଜଣଙ୍କ ଯୋଗ ଦେଇ ଅନ୍ୟ ମହିଳାଙ୍କ ସହ ନିଜ ଘରକୁ ଫେରୁଥିବା ସମୟରେ ଦିନ ୧୧ଟା ସମୟରେ ମହିଳା ଲୁଟର ଶିକାର ହୋଇଛନ୍ତି । ମହିଳା ଜଣଙ୍କ ହେଉଛନ୍ତି ବାରିପଦା ଟାଉନ ଥାନା ଅନ୍ତର୍ଗତ ବଡ଼ବଜାର ଅଞ୍ଚଳର ପୁନମ ଖଣ୍ଡେଲଓଆଲ। ସେ ଏନେଇ ଟାଉନ ଥାନାରେ ଲିଖିତ ଅଭିଯୋଗ କରିବା ପରେ ବାରିପଦା ଟାଉନ ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଶନିବାର ବାରିପଦା ସହରର ତିନିଟି ସ୍ଥାନରେ ଏଭଳି ଲୁଟ ହୋଇଥିବା ସୂଚନା ରହିଛି। ସ୍ଥାନୀୟ ଅଞ୍ଚଳର ସିସିଟିଭି ଫୁଟେଜ ଆଧାରରେ ଘଟଣା ର ତନାଘନା ଆରମ୍ଭ କରିଛି ପୋଲିସ।