ଭୁବନେଶ୍ବର: ରାଜ୍ୟର ସମସ୍ତ ପଦ୍ମ ବିଜେତାଙ୍କୁ ମାସିକ ୩୦ ହଜାର ଟଙ୍କାର ସମ୍ମାନସୂଚକ ସହାୟକ ରାଶି ମିଳିବ । ଏ ନେଇ ଆଜି ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ପଦ୍ମ ପୁରସ୍କାର ବିଜେତାଙ୍କୁ ମାସିକ ୩୦ ହଜାର ଟଙ୍କାର ସହାୟକ ରାଶି ଦେବେ ରାଜ୍ଯ ସରକାର । ଚଳିତ ଜାନୁଆରୀ ମାସଠାରୁ ଏହି ସହାୟକ ରାଶି ପ୍ରଦାନ କରାଯିବ ।
ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପଦ୍ମଶ୍ରୀ, ପଦ୍ମଭୂଷଣ ଏବଂ ପଦ୍ମ ବିଭୂଷଣ ପୁରସ୍କାର ପାଇଥିବା ରାଜ୍ଯର ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ଏହି ସମ୍ମାନ ରାଶି ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।
ତେବେପୂର୍ବରୁ ପଦ୍ମ ବିଜେତାଙ୍କୁ ମାସକୁ ମିଳିବ ୩୦ ହଜାର ଟଙ୍କାର ସମ୍ମାନସୂଚକ ସହାୟକ ରାଶି ମିଳିବ ବୋଲି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜ୍ୟର ସମସ୍ତ ୫୫ ଜଣ ଜୀବିତ ପଦ୍ମ ପୁରସ୍କାରପ୍ରାପ୍ତ ବ୍ୟକ୍ତି ବିଶେଷ ମାସକୁ ୩୦ ହଜାର ଟଙ୍କା ଲେଖାଏଁ ସମ୍ମାନ ସୂଚକ ସହାୟକ ରାଶି ପାଇବେ । ଏଥିପାଇଁ ବାର୍ଷିକ ୨ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡିଛି ।