ପୁଣି ବିବାଦରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ | ବର୍ଷା ପ୍ରିୟଦର୍ଶିନୀଙ୍କ ବିରୋଧରେ ଠକେଇ ମାମଲା ରୁଜୁ କରିଛନ୍ତି ଜଣେ ମହିଳା। ଚାକିରି ଦେବା ନାଁରେ ବର୍ଷା ଠକେଇ କରିଥିବା ଅଭିଯୋଗ ହୋଇଛି। ବର୍ଷାଙ୍କ ନାଁରେ ଅଭିଯୋଗ ଆଣିଥିବା ମହିଳା ହେଲେ ଭୁବନେଶ୍ୱର ସହିଦନଗର ସତ୍ୟକାଳୀ ବସ୍ତିରେ ରହୁଥିବା କଲ୍ୟାଣୀ ନାୟକ। ସୁନା ଦୋକାନରେ ଚାକିରି ଦେବାକୁ କହି ବର୍ଷା ଓ ତାଙ୍କ ସହଯୋଗୀ ଆୟୁଷି ତାଙ୍କ ଠାରୁ ୩୦ ହଜାର ଟଙ୍କା ନେଇଥିଲେ। ହେଲେ ଟଙ୍କା ନେବା ପରେ ବର୍ଷା କିମ୍ବା ତାଙ୍କର ସହଯୋଗୀ ଆୟୁଷି ଆଉ ଫୋନ ଉଠାଇ ନଥିବା ଅଭିଯୋଗ କରିଛନ୍ତି କଲ୍ୟାଣୀ । ଏନେଇ ସହିଦ ନଗର ଥାନାରେ ସେ ଅଭିଯୋଗ କରିଛନ୍ତି। ମାମଲା ରୁଜୁ ହେବା ପରେ ଫେସବୁକରେ ଏକ ପୋଷ୍ଟ କରି ସ୍ପଷ୍ଟୀକରଣ ରଖିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ସେ ଲେଖିଛନ୍ତି ଯେ , ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ସମ୍ପୂର୍ଣ ମିଥ୍ୟା ଅଟେ । ଏଭଳି ଅଭିଯୋଗ ତାଙ୍କୁ ମାନସିକ ଭାବେ କଷ୍ଟ ଦେଇଛି । ତାଙ୍କ ବିରୋଧରେ ଯେଉଁମାନେ ଏଭଳି ଚକ୍ରାନ୍ତ କରି ଘୃଣ୍ୟ ଅଭିଯୋଗ ଆଣିଛନ୍ତି, ସେମାନଙ୍କ ବିରୋଧରେ ସେ ଆଇନ୍ର ଦ୍ୱାରସ୍ଥ ହେବେ ଓ ସେମାନଙ୍କୁ ଯେମିତି ଉପଯୁକ୍ତ ଦଣ୍ଡ ମିଳିବ ସେଥିପାଇଁ ଚେଷ୍ଟା କରିବେ ବୋଲି ବର୍ଷା ଉକ୍ତ ଫେସବୁକ ପୋଷ୍ଟ ରେ ଲେଖିଛନ୍ତି |
ମହାପ୍ରଭୁ ଜଗନ୍ନାଥଙ୍କ ଉପରେ ମୋର ବିଶ୍ୱାସ ଅଛି ଓ ସେହି ବିଶ୍ୱାସ ଆଧାରରେ ମୁ ଆଜିପର୍ଯ୍ୟନ୍ତ କେବେ କୌଣସି ପରିସ୍ଥିତିରେ ହରିନାହିଁ କିମ୍ବା କୌଣସି ଜିନିଷକୁ ଡ଼ରିନାହିଁ | ସବୁଠାରକ ପରି ସତ୍ୟର ଜୟ ହେବ ତାହା ମୋର ଦୃଢ ବିଶ୍ୱାସ | ଆଗରୁ କହିଛି ଆଉ ଏବେବି କହୁଛି ମଧ୍ୟ ମୁ ଜଣେ ସାଧାରଣ ମଣିଷ , ସ୍ୱଚ୍ଛ ମନ ଓ ନିର୍ମଳ ହୃଦୟ ସହ ମୁ ଏଇ ସମାଜ ପାଇଁ କିଛି କରିବାକୁ ଚାହେଁ ,ଏପରି ଯେତେବି ଝଡ ଝଞ୍ଜା ଆସୁ ମୁ କେବେ ଭାଙ୍ଗିପଡ଼ିବି ନାହିଁ | ମୁ ଯେମିତି କାମ କରୁଥିଲି ଠିକ ସେପରି କାମ କରିବି ସେଥିପାଇଁ ମୋତେ ଆପଣଙ୍କର କେବଳ ଆଶୀର୍ବାଦ ଆବଶ୍ୟକ |