ଭୁବନେଶ୍ୱର : ପରିବେଶ ସୁରକ୍ଷାରେ ଜଙ୍ଗଲର ଭୂମିକା ଅତୁଳନୀୟ। ଆମ ପାଇଁ ଅମୂଲ୍ୟ ସମ୍ପଦ ହେଉଛି ଜଙ୍ଗଲ। ବନ ବଞ୍ଚିଲେ ଆମେ ବଞ୍ଚିବା। ଖାଲି ପରିବେଶ କାହିଁକି ଆର୍ଥିକ, ସାମାଜିକ, ଔଦ୍ୟୋଗିକ ବିକାଶରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ଜଙ୍ଗଲ କିନ୍ତୁ ଆଜିର ଦିନରେ ଦିନକୁ ଦିନ କ୍ଷୟ ହେବାରେ ଲାଗିଛି ଜଙ୍ଗଲ ସମ୍ପଦ। କେଉଁଠି ଜଙ୍ଗରେ ନିଆଁ ଲାଗି ହଜାର ହଜାର ଗଛ ଜଳି ଗଲାଣି ତ ଆଉ କେଉଁଠି ଜଙ୍ଗଲରୁ ମନୁଷ୍ୟ ସମାଜ ଗଛ କାଟି କ୍ଷୟ କରିବାକୁ ବସିଲାଣି।
ଜଙ୍ଗଲ ସୁରକ୍ଷା ପାଇଁ ୨୦୧୨ ନଭେମ୍ବର ୨୮ରେ ଜାତିସଂଘ ମାର୍ଚ୍ଚ ୨୧କୁ ବିଶ୍ବ ଜଙ୍ଗଲ ଦିବସ ରୂପେ ପାଳନ ପାଇଁ ନିଷ୍ପତ୍ତି ନେଇଥିଲା। ଏହା ପରଠାରୁ ପ୍ରତିବର୍ଷ ଆଜିର ଦିନରେ ବିଶ୍ବବ୍ୟାପୀ ଜଙ୍ଗଲ ଦିବସ ପାଳନ କରାଯାଉଛି। ଜଙ୍ଗଲ କ୍ଷୟ ଯୋଗୁଁ ଜଳବାୟୁ ପରିବର୍ତ୍ତନ , ମୃତ୍ତିକା କ୍ଷୟ, ବନ୍ୟା, ମରୁଡି ଭଳି ଅନେକ ସମସ୍ୟା ସୃଷ୍ଟି ହୋଇଥାଏ। ତେଣୁ ଜଳବାୟୁ ପରିବର୍ତ୍ତନର ମୁକାବିଲା କରିବା ପାଇଁ, ଜଙ୍ଗଲ ଗୁଡିକର ସ୍ଥାୟୀ ପରିଚାଳନା କରିବା ଆବଶ୍ୟକ ରହିଛି। ଯାହା ଭବିଷ୍ୟରେ ଆଗାମୀ ପିଢି ପାଇଁ ସମୃଦ୍ଧତା ଓ କଲ୍ୟାଣରେ ସାହାଯ୍ୟ କରିବ।