ସୁବର୍ଣ୍ଣପୁର ଜିଲ୍ଲାର ଚନ୍ଦିଲି ସଂରକ୍ଷିତ ଜଙ୍ଗଲରୁ ବାରହା ମାଂସ ଜବତ କରିବା ସହ ୫ ଜଣ ଶିକାରୀଙ୍କୁ ଗିରଫ କରିଛି ବନ ବିଭାଗ । ପରେ ବନବିଭାଗ ଏହି ଘଟଣାର ଯାଞ୍ଚ କରିଛି ।
ସୂଚନା ଅନୁସାରେ, ବନବିଭାଗ କର୍ମଚାରୀ ଚନ୍ଦିଲି ସଂରକ୍ଷିତ ଜଙ୍ଗଲରେ ପାଟ୍ରୋଲିଂ କରୁଥିବା ସମୟରେ ଜନ୍ତୁ ଶିକାର ହୋଇଥିବାର ଖବର ବନ ବିଭାଗ କୌଣସି ସୂତ୍ରରୁ ପାଇଥିଲା । ପରେ ଉକ୍ତ ଅଞ୍ଚଳରେ ଚଢ଼ାଉ କରି ବାରହା ମାଂସ ଜବତ ସହ ୫ ଶିକାରୀଙ୍କୁ ଗିରଫ କରାଯାଇଛି । ଗିରଫ ହୋଇଥିବା ଶିକାରୀଙ୍କ ପରିଚୟ ମିଳିଛି । ବନ ବିଭାଗ ଅଭିଯୁକ୍ତ ନାଁରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ।