ଭୁବନେଶ୍ୱର ଲୋୟର ପିଏମ୍ଜିରେ ଆରମ୍ଭ ହୋଇଛି ମତ୍ସ୍ୟଜୀବୀ ସଂଘର ଆନ୍ଦୋଳନ। ୬ ଦଫା ଦାବି ନେଇ ଏକାଠି ହୋଇଛନ୍ତି ପ୍ରାୟ ୩୦ ହଜାରରୁ ଅଧିକ ମତ୍ସ୍ୟଜୀବୀ। ବାରମ୍ବାର ଦାବି କରିବା ସତ୍ୱେ ସରକାର ସେମାନଙ୍କର ଦାବିକୁ ଅଣଦେଖା କରି ଆସୁଥିବାରୁ ଏହି ବିକ୍ଷୋଭ ଆରମ୍ଭ ହୋଇଛି ବୋଲି ସୂଚନା ମିଳିଛି। ରାଜ୍ୟ ମତ୍ସ୍ୟଜୀବୀ ମହାସଂଘ ପକ୍ଷରୁ ଏହି ଆନ୍ଦୋଳନ କରାଯାଉଥିବା ବେଳେ ଏହି ପରିପ୍ରେକ୍ଷୀରେ ସଙ୍ଗଠନ ନେତା ମତ୍ସ୍ୟଜୀବୀମାନେ ଶୋଷିତ ଅବସ୍ଥାରେ ରାଜ୍ୟରେ ବଞ୍ଚୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ୬ ଦଫା ଦାବି ନେଇ ଲୋୟର ପିଏମଜିରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ମତ୍ସଜୀବୀ । ସେମାନଙ୍କର ମୁଖ୍ୟ ଦାବି ହେଲା ଡିଜେଲ ସବସିଡି, ମତ୍ସଜୀବୀ କାର୍ଡ ଓ କଲ୍ୟାଣ ପାଣ୍ଠି ଗଠନ, ବୋଟ ବନ୍ଦ ରହିବା ସମୟରେ ଭତ୍ତା ଓ ରାସନ, ନଦୀ ମୁହାଣ ଗୁଡ଼ିକର ନିୟମିତ ଡ୍ରେଜିଂ, ମାଛ ଓ ମାଛ ଜାଆଁଳର ସୁରକ୍ଷା, କଇଁଛ ସୁରକ୍ଷା ଆଳରେ ଶାରିରୀକ ଓ ମାନସିକ ଅତ୍ୟାଚାର ବନ୍ଦ ବ୍ୟବସ୍ଥା । ସେମାନଙ୍କ କହିବା ଅନୁଯାୟୀ ସବୁ ରାଜ୍ୟରେ ଡିଜେଲ ସବସିଡି ମିଳୁଥିବା ବେଳେ ଓଡ଼ିଶାରେ ତାହା ବର୍ତ୍ତମାନ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯାଇନାହିଁ। ଏହି ଆନ୍ଦୋଳନରେ ପାରାଦୀପ, ଧାମରା, ବାହାବଳପୁର ଓ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ହଜାର ହଜାର ମତ୍ସ୍ୟଜୀବୀ ଆସି ଆନ୍ଦୋଳନରେ ଯୋଗ ଦେଇଛନ୍ତି। ରାଜ୍ୟ ସରକାର ଦାବି ନମାନିବା ପର୍ଯ୍ୟନ୍ତ ମତ୍ସଜୀବୀମାନଙ୍କ ଗଣଧାରଣା ଜାରି ରହିବ ବୋଲି ଚେତାବନୀ ମଧ୍ୟ ଦିଆଯାଇଛି ।
ଅଧିକ ପଢନ୍ତୁ: ଗଗନଯାନ ମିଶନ ପାଇଁ ଘୋଷଣା ହେବ ୪ ପାଇଲଟଙ୍କ ନାମ