କେରଳ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଗସ୍ତ ସମୟରେ ଇସ୍ରୋର ବହୁ ପ୍ରତୀକ୍ଷିତ ଗଗନଯାନ ମିଶନ ପାଇଁ ତାଲିମ ନେଉଥିବା ୪ ଟେଷ୍ଟ ପାଇଲଟଙ୍କ ନାମ ଘୋଷଣା କରିବେ ମୋଦି । ଇସ୍ରୋର ୩ଟି ନୂଆ ପ୍ରକଳ୍ପକୁ ଉଦଘାଟନ କରାଯିବାର କାର୍ଯ୍ୟକ୍ରମ ରହିଥିବା ବେଳେ ବିକ୍ରମ ସରାଭାଇ ସ୍ପେଶ ସେଣ୍ଟର ପରିଦର୍ଶନ କରିବା ସହ ଗଗନଯାନ ମିଶନ ପ୍ରସ୍ତୁତିର ମଧ୍ୟ ସମୀକ୍ଷା କରିବେ ପିଏମ ମୋଦି।
ସୂଚନା ଯୋଗ୍ୟ ଯେ, ଗଗନଯାନ ମିଶନ ହେଉଛି ଭାରତର ପ୍ରଥମ ହ୍ୟୁମାନ ସ୍ପେସ୍ ମିଶନ। ଏହି ମିଶନ ଭାରତ ପାଇଁ ଅତ୍ୟନ୍ତ ସ୍ଵତନ୍ତ୍ର ହୋଇଥିବା ବେଳେ ଏହା ସଫଳ ହେଲେ ଆମେରିକା, ଚୀନ୍ ଓ ଋଷ ପରେ ଭାରତ ଚତୁର୍ଥ ହେବ ଦେଶ। ଚଳିତ ବର୍ଷ ଶେଷ ଆଡ଼କୁ ଇସ୍ରୋ ଏହି ୪ଜଣ ପ୍ରଶିକ୍ଷିତ ପାଇଲଟଙ୍କୁ ଗଗନଯାନରେ ମହାକାଶ ପଠାଇବାକୁ ଲକ୍ଷ୍ୟ ରଖିଥିବା ବେଳେ ଏହି ୪ଜଣ ପାଇଲଟ ରୁଷରୁ ୧ ବର୍ଷ ସ୍ୱତନ୍ତ୍ର ତାଲିମ ନେଇ ଫେରିଥିବା ବେଳେ ଗଗନଯାନ ମିଶନରେ ନିୟୋଜିତ ରହିଛନ୍ତି। ତେବେ ୨୦୨୦ରେ ଇସ୍ରୋ ଅଙ୍ଗଦ ପ୍ରତାପ, ଅଜିତ କ୍ରିଷ୍ଣନ, ପ୍ରଶାନ୍ତ ନାୟାର ଓ ଚୌହାନଙ୍କୁ ଗଗନଯାନ ମିଶନରେ ତାଲିମ ପାଇଁ ରୁଷିଆ ପଠାଯାଇଥିଲା । ମିଶନର ପ୍ରଥମ ପର୍ଯ୍ୟାୟରେ କୌଣସି ମହାକାଶଚାରୀ ସାମିଲ ହେଉ ନଥିବା ବେଳେ କେବଳ ଏକ ରୋବଟ ବ୍ୟୋମମିତ୍ରକୁ ମହାକାଶ ପଠାଯିବ । କିନ୍ତୁ ୨୦୨୫ ସୁଦ୍ଧା ୩ ଜଣ ଭାରତୀୟ ମହାକାଶଚାରୀଙ୍କୁ ସ୍ପେସ୍ ମିଶନରେ ପଠାଇବାକୁ ଲକ୍ଷ୍ୟ ରଖିଛି ଇସ୍ରୋ । ଗଗନଯାନ ମିଶନ ପାଇଁ CE20 କ୍ରାୟୋଜେନିକ୍ ଇଞ୍ଜିନ୍ ପ୍ରସ୍ତୁତ ରହିଥିବା ବେଳେ ମାନବ ବିହୀନ ମିଶନ୍ ପାଇଁ ପ୍ରସ୍ତୁତ ଇଞ୍ଜିନ୍ ଅନୁମୋଦନ ଲାଭ କରି ସାରିଛି। ଏହି ମିଶନ ଭାରତ ପାଇଁ ଅତ୍ୟନ୍ତ ସ୍ଵତନ୍ତ୍ର। ଏହା ସଫଳ ହେଲେ ଆମେରିକା, ଚୀନ୍ ଓ ଋଷ ପରେ ଭାରତ ଚତୁର୍ଥ ହେବ ଦେଶ।
ଅଧିକ ପଢନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ମତଦାନ ଆଜି