ଝାରସୁଗୁଡା ମୁଖ୍ୟ ରେଲୱେ ଷ୍ଟେସନରେ ଆଜି (ମଙ୍ଗଳବାର) ଭୟାବହ ଅଗ୍ନିକାଣ୍ଡ ଘଟିଛି। ରେଲୱେ ଷ୍ଟେସନର ୧ ନମ୍ବର ପ୍ଲାଟ ଫର୍ମରେ ନିଆଁ ଲାଗିଥିଲା। ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ଜଣାପଡିଛି।
ସୂଚନା ଅନୁସାରେ ଆଜି ସକାଳୁ ଝାରସୁଗୁଡା ମୁଖ୍ୟ ରେଲୱେ ଷ୍ଟେସନ ପ୍ଲାଟଫର୍ମ ନମ୍ବର ୧ରେ ବିଦ୍ୟୁତ ମରାମତି କାର୍ଯ୍ୟ ଚାଲିଥିବାବେଳେ ଏକ ବିଦ୍ୟୁତ ତାର ଛିଣ୍ଡି ଯାଇଥିଲା। ଯାହାଫଳରେ ସର୍ଟ ସର୍କିଟ ହୋଇ ପ୍ଲାଟଫର୍ମ ମଧ୍ୟରେ ଧୂଆଁମୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ପରେ ରେଲୱେ ବିଭାଗର ବିଦ୍ୟୁତ କର୍ମଚାରୀ ଏବଂ ଅଗ୍ନିଶମ ବିଭାଗ ଆସି ନିଆଁକୁ ଆୟତ୍ତ କରିଥିଲେ।
ଏଥିରେ କୌଣସି ଜୀବନ ହାନୀ କିମ୍ବା ବିଶେଷ କ୍ଷତି ହୋଇ ନ ଥିଵା ସୂଚନା ମିଳିଛି। ଭୟଭୀତ ନହେବା ପାଇଁ ରେଳ ବିଭାଗ ପକ୍ଷରୁ ଯାତ୍ରୀମାନଙ୍କୁ ପରାମର୍ଶ ଦିଆଯାଇଛି।
ଅଧିକ ପଢନ୍ତୁ: ଭୁବନେଶ୍ୱର ଆଇଆଇଟି କ୍ୟାମ୍ପସରେ ଦୁର୍ଘଟଣା, ଜଣେ ପିଏଚଡି ଛାତ୍ର ମୃତ, ଜଣେ ଗୁରୁତର