ସୋର: ମଝି ରାସ୍ତାରେ ଅଟକିଲା ବନ୍ଦେ ଭାରତ। ହଟହଟା ହେଲେ ଶତାଧିକ ଯାତ୍ରୀ। ସୋର ଷ୍ଟେସନରୁ ଏକ କିଲୋମିଟର ପଛକୁ ବଢ଼େଇ ସାହି ନିକଟରେ ପ୍ରାୟ ଦୁଇ ଘଣ୍ଟା ଅଟକିଥିଲା। ପୁରୀରୁ ହାଓ୍ଵଡ଼ା ଯାଉଥିବା ବେଳେ ଡାଉନ ଟ୍ରେନ ପ୍ରେସର ପାଇପ ଫାଟିବାରୁ ଏଭଳି ସମସ୍ୟା ଦେଖିବାକୁ ମିଳିଥିଲା। ପ୍ରାଥମିକ ସୂଚନା ଅନୁସାରେ ଅସାମାଜିକ ବ୍ୟକ୍ତି ପଥର ମାଡ଼ କରିଥିବା ଜଣାପଡିଛି। ତେଣୁ ଏ ନେଇ ଆରପିଏଫ ଟିମ ଘଟଣାର ତଦନ୍ତ କରୁଛି।
ସୂଚନା ଅନୁସାରେ, ବିଳମ୍ବିତ ରାତି ପ୍ରାୟ ୯ଟାରେ ଟ୍ରେନଟି ପ୍ରେସର ପାଇପ ଫାଟିବାରୁ ହଠାତ ବ୍ରେକ ହୋଇଥିଲା। ଫଳରେ ୯ଟାରୁ ରାତି ୧୧ଟା ୨୦ ମିନିଟ ପର୍ଯ୍ୟନ୍ତ ପ୍ରାୟ ଦୁଇ ଘଣ୍ଟା ବନ୍ଦେ ଭାରତ ବଢ଼େଇ ସାହି ନିକଟରେ ଅଟକିରହିଥିଲା। ଏପରିକି ଟ୍ରେନଟି ହଠାତ ରହିଯିବାରୁ ବଗିରେ ଦୁଇ ଯାତ୍ରୀ ପଡି ଯାଇ ସାମାନ୍ୟ ଆହତ ହୋଇଥିଲେ। । ଏହି ଘଟଣାରେ କିଛି ସମୟ ଯାତ୍ରୀଙ୍କ ମନରେ ଭୟ ସୃଷ୍ଟି ହେବା ସହ ସମସ୍ୟା ଭୋଗିଛନ୍ତି। କିନ୍ତୁ ଏବେ ପରିସ୍ଥିତି ସୁଧୁରିଛି ଏବଂ ଟ୍ରେନ ଚଳାଚଳ ମଧ୍ୟ ସ୍ୱାଭାବିକ ହୋଇଛି।
ଅଧିକ ପଢନ୍ତୁ : ଆଜି ଲୋହରୀ ପର୍ବ : ସୁଖ, ସମୃଦ୍ଧତା ଏବଂ ଭାଗ୍ୟର ପ୍ରତୀକ ଏହି ଦିନ