ବୌଦ୍ଧ: ହୁତୁହୁତୁ ହୋଇ ଜଳୁଛି ଜଙ୍ଗଲ। ଫଳରେ ନଷ୍ଟ ହେଉଛି ବହୁ ମୂଲ୍ୟବାନ ଗଛଲତା। ଅନ୍ୟପଟେ ବୌଦ୍ଧ ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ନିମ୍ନ ଗାମୀ ହେବାରେ ଲାଗିଛି ଜଳ ଉତ୍ସ। ଫଳରେ ଏବେ ଗାଁ ମୁହାଁ ହେବାରେ ଲାଗିଛନ୍ତି ବନ୍ୟଜନ୍ତୁ। ତେବେ ବନ୍ୟଜନ୍ତୁଙ୍କ ଏଭଳି ସମସ୍ୟା ପାଇଁ ପ୍ରତିବର୍ଷ ଜଙ୍ଗଲରେ ନିଆଁ ଲାଗିବା ହିଁ ପ୍ରମୁଖ କାରଣ ବୋଲି କହିଛନ୍ତି ସ୍ଥାନୀୟ ଲୋକେ ।
ଅନ୍ୟପଟେ ଜଙ୍ଗଲକୁ ନିଆଁ ଦାଉରୁ ରୋକିବା ପାଇଁ ସ୍ଥାୟୀ ପ୍ରତିକାର କରାନଗଲେ ଆଗାମୀ ଦିନରେ ବନ୍ୟଜନ୍ତୁଙ୍କ ଅବସ୍ଥା ଶୋଚନୀୟ ହେବା ସୁନିଶ୍ଚିତ। ତେଣୁ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଏପରିକି ସମସ୍ତ ଗ୍ରାମବାସୀ ଏକତ୍ରିତ ହୋଇ ଏହାର ସମସ୍ୟାର ସମାଧାନ ପାଇଁ ଚିନ୍ତା କରୁଛନ୍ତି।