ଭୁବନେଶ୍ୱର : ଫେବୃଆରୀ ମାସ ଆରମ୍ଭରୁ କଲବଲ କରୁଛି ଖରାର ତାତି। ଏପରିକି ଖରା ଦିନ ଆରମ୍ଭ ନହେଉଣୁ ୩୬ ଡିଗ୍ରୀ ପାର କଲାଣି ପାରଦ। ଉପକୂଳ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ସ୍ଵାଭାବିକ ଠାରୁ ୪ ରୁ ୬ ଡିଗ୍ରୀ ସେଲସିୟସ ଅଧିକ ଥିବା ବେଳେ ଆଭ୍ୟନ୍ତରୀଣ ଓଡ଼ିଶାରେ ୩ ରୁ ୫ ଡିଗ୍ରୀ ସେଲସିୟସ ଅଧିକ ତାପମାତ୍ରା ରହିଛି। ଏଥିପାଇଁ ଗରମ ଏବଂ ତାତି ଅନୁଭବ ହେଉଛି । ତେବେ ରାଜ୍ୟରେ ତାପମାତ୍ରା ବୃଦ୍ଧି ହେଉଥିବା ବେଳେ ପ୍ରତ୍ୟକ ଦିନ ସକାଳୁ ସକାଳୁ ଘନକୁହୁଡ଼ି ପରିଲିକ୍ଷିତ ହେଉଛି। ଏଥିପାଇଁ ୫୦ ମିଟର ରାସ୍ତା ମଧ୍ୟ ଦୃଶ୍ୟମାନ ହେଇପାରୁନାହିଁ। ତେବେ ଯଦି ଦେଖିବା ଟ୍ୱଇନ୍ସିଟିରେ ପ୍ରତ୍ୟକ ଦିନ ତାପମାତ୍ରା ବୃଦ୍ଧି ପାଉଛି। ତେଣୁ ତାତିକୁ ଦୃଷ୍ଟିରେ ରଖି ଯାତ୍ରୀମାନଙ୍କୁ ନିଜର ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବାଜୁ ପରାମର୍ଶ ଦେଇଛନ୍ତି।