ଭୁୁବନେଶ୍ୱର: ରାଜ୍ୟରେ ଧାନ କିଣାକୁ ନେଇ ଚାଷୀକୂଳ ବେଶ ଅସନ୍ତୁଷ୍ଟ ଅଛନ୍ତି । ମଣ୍ଡିରେ ଘୋର ଅବ୍ୟବସ୍ଥାର ପରିଣାମ ଚାଷୀଙ୍କୁ ଭୋଗିବାକୁ ପଡୁଛି । ଏହାକୁ ନେଇ ରାଜରାସ୍ତାରେ ବି ନିଜର ଅସନ୍ତୋଷ ଜାହିର କରିଛନ୍ତି ଚାଷୀ । ଏହି ପ୍ରସଙ୍ଗକୁ ନେଇ ବିେରୋଧୀ ବିଜେଡି ଓ କଂଗ୍ରେସ ରାଜ୍ୟର ବିଜେପି ସରକାରଙ୍କୁ ମଧ୍ୟ ସମାଲୋଚନା କରି ଆସିଛନ୍ତି । କିନ୍ତୁ ରାଜ୍ୟରେ ଧାନ କିଣା ପ୍ରକ୍ରିୟା ସଠିକ୍ ଭାବେ ଚାଲିଛି । ଫେକ୍ ଚାଷୀ ସରକାରଙ୍କୁ ବଦନାମ କରୁଥିବା କହିଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ।
ସମବାୟ ମନ୍ତ୍ରୀ କହିଛନ୍ତି, ଯିଏ ଆନ୍ଦୋଳନ କରୁଛନ୍ତି ସେମାନେ ଚାଷୀ ନୁହନ୍ତି । କେବଳ ବଡ ଚାଷୀ ହିଁ ବିରୋଧ କରୁଛନ୍ତି । ଗତ ବର୍ଷ ୫୦୦ କୁଇଣ୍ଟାଲ ବିକିଥିଲେ । ଏଥର କ୍ୟାପ୍ସ ହୋଇଥିବାରୁ ଅସୁବିଧା ହେଉଛି । ତେଣୁ ୧୫ ଦିନ ଟୋକେନ ଅବଧି ବୃଦ୍ଧି କରାଯାଉଛି । ମିଲରଙ୍କ ପାଖରେ ଜଗ।। ନ ଥିବାରୁ ଧାନ କିଣା ପ୍ରକ୍ରିୟା ଧିରେ ହେଉଛି । କିନ୍ତୁ ସରକାରଙ୍କୁ ବଦାନ କରିବାକୁ ଫେକ୍ ଚାଷୀ ଚେଷ୍ଟା କରୁଛନ୍ତି । ସେଥିରେ ସେମାନେ ସଫଳ ହେବେନି । ସବୁ ଚାଷୀଙ୍କ ଧାନ ଉଠିବ । ଚାଷୀଙ୍କୁ ଚିନ୍ତା କରିବାର ଆବଶ୍ୟକତା ନାହିଁ । ତେବେ ମନ୍ତ୍ରୀଙ୍କ ଏହି ବୟାନ ଉପରେ କୌଣସି ଚାଷୀ ନେତା କି ବିରୋଧୀ ଦଳ ନେତାଙ୍କ ପ୍ରତିକ୍ରିୟା ମିଳିନାହିଁ ।
Also read: ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ପାଇଁ ସମୀକ୍ଷା ବୈଠକ