ନିକଟରେ ମଦ ବ୍ୟବସାୟୀଙ୍କ ଉପରେ ବଡ ଧରଣର ଆଇଟି ରେଡ୍ କରାଯାଇଥିଲା । ଦୁଇ ଦିନ ହେଲାଣି ଆୟକର ବିଭାଗ ମଦ ବ୍ୟବସାୟୀଙ୍କ ଘରେ ରେଡ୍ ଜାରିରଖିଛି । ଝାଡ଼ଖଣ୍ଡ କଂଗ୍ରେସ ରାଜ୍ୟସଭା ସାଂସଦ ଧୀରଜ ସାହୁ ଏବଂ ତାଙ୍କ ସହଯୋଗୀଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ ସମୟରେ ୨୦୦ କୋଟିରୁ ଅଧିକ ଟଙ୍କା ଜବତ ହୋଇଛି । ହେଲେ ଟଙ୍କାର ପରିମାଣ ଏତେ ଅଧକ ଯେ ଟଙ୍କା ଗଣି ଗଣି ହାଲିଆ ହୋଇ ପଡିଛନ୍ତି ବ୍ୟାଙ୍କ ଓ ଆଇଟି ଅଧିକାରୀ ।
ସୂଚନା ଅନୁଯାୟୀ, ବଡ଼ବଜାର ଠାରେ ଥିବା ମଦ ଭାଟି କାର୍ଯ୍ୟାଳୟରୁ ସମ୍ବଲପୁର ଷ୍ଟେଟ୍ ବ୍ୟାଙ୍କକୁ ଗତାକାଲି ଗୋଟିଏ ଭ୍ୟାନରେ ଟଙ୍କା ଅଣାଯାଇଥିଲା । ରାତି ପହିଲା ହେଲେ ଟଙ୍କା ସରିଲା ନାହିଁ | ଏହାସହ ପୁଣି ଆଜି ୨ଟି ଭ୍ୟାନରେ ଟଙ୍କା ଆସିଛି ଷ୍ଟେଟ୍ ବ୍ୟାଙ୍କକୁ । ଏପର୍ଯ୍ୟନ୍ତ ୨୦୦ କୋଟିରୁ ଅଧିକ ଟଙ୍କାକୁ ଗଣତି କରିଛନ୍ତି ଆୟକର ବିଭାଗ । ବର୍ତ୍ତମାନ ସମ୍ବଲପୁର, ବଲାଙ୍ଗିର, ରାଉରକେଲା, ବୌଦ୍ଧ, ସୁନ୍ଦରଗଡ଼ ସମେତ ବିଭିନ୍ନ ଅଞ୍ଚଳରେ ଚଢ଼ାଉ ଚାଲିଛି । ତେବେ ଏତେ ତାଙ୍କ ଆସିଲା କେଉଁଠୁ ? ଏହି ବିଷୟରେ ତଦନ୍ତ ଚଳାଇଛି ଆୟକର ବିଭାଗ ।