ବଢୁଛି ହାତୀ ଉପଦ୍ରବ । ଜନବସତି ମୁହାଁ ହେଉଛନ୍ତି ବନ୍ୟଜନ୍ତୁ । ଜଙ୍ଗଲରେ ଖାଦ୍ୟ ଅଭାବ ହେତୁ ଗ୍ରାମାଞ୍ଚଳ ଭିତରକୁ ପଶିଅସୁଛନ୍ତି ହାତୀପଲ । ଯାହାଫଳରେ ଅନେକ ଘର ଦ୍ୱାରା ଭାଙ୍ଗିବା ସହ ଫସଲ ମଧ୍ୟ ନଷ୍ଟ କରିଦେଉଛନ୍ତି । ଏଥିପାଇଁ ଚାଷୀମାନେ ମଧ୍ୟ ଚିନ୍ତାରେ ପଡିଯାଉଛନ୍ତି । ଏଭଳି ଘଟଣା ସାମ୍ନାକୁ ଆସିଛି କେନ୍ଦୁଝର ଜିଲ୍ଲାରୁ । ଭାଗ୍ୟବଶତଃ ଅଳ୍ପକେ ବର୍ତ୍ତିଗଲେ ପରିବାର ଲୋକେ ।
ସୂଚନା ଅନୁଯାୟୀ,କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜରେ ବିଳମ୍ବିତ ରାତିରେ ଏକ ଦନ୍ତା ଆସି ପଶି ୨ ଘର ଭାଙ୍ଗି ଦେଇଛି। ଏପରିକି ଘରଭିତରୁ ଧାନ ଚାଉଳ ଖାଇ ନଷ୍ଟ କରିଦେଇଛି । ପରିବାର ଲୋକେ ଘରେ ଶୋଇଥିବା ବେଳେ ହାତୀ ଆକ୍ରମଣ କରିଥିଲା । ଭାଗ୍ୟବଶତଃ ଦନ୍ତାର ଆକ୍ରମଣରୁ ପରିବାର ଲୋକେ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଘଟଣା ସ୍ଥଳରେ ବନ ବିଭାଗ ପହଁଚି କ୍ଷୟକ୍ଷତି ଆକଳନ କରିବା ସହ ହାତୀର ଗତିବିଧି ଉପରେ ନଜର ରଖୁଛି I