ସମ୍ବଲପୁର: ରେଲୱେ ରେ କାର୍ଯ୍ୟ କରୁଥିବା ରନିଙ୍ଗ ଷ୍ଟାପ ଓ ବିଭିନ୍ନ ରେଳ କର୍ମଚାରୀଙ୍କ ବିଭିନ୍ନ ଦାବି ପୁରଣ ନେଇ ଆଗାମୀ ୧୮ ତାରିଖରେ ଇଷ୍ଟ କୋଷ୍ଟ ରେଲୱେ ଶ୍ରମିକ କଂଗ୍ରେସ ସମ୍ବଲପୁର ଡ଼ିଭିଜନ ପକ୍ଷରୁ ୪୮ ଘଣ୍ଟିଆ ଅନଶନ କରାଯିବ। ଏନେଇ ଆଜି ଇଷ୍ଟ କୋଷ୍ଟ ରେଲୱେ ଶ୍ରମିକ କଂଗ୍ରେସ କାର୍ଯ୍ୟାଳୟ ଠାରେ ଶ୍ରମିକ କଂଗ୍ରେସର ଡିଭିଜନାଲ ସାଧାରଣ ସମ୍ପାଦକ ମହମ୍ମଦ ରଫିକ ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ ପୁର୍ବରୁ ମଧ୍ୟ ଇଷ୍ଟ କୋଷ୍ଟ ରେଲୱେ ଶ୍ରମିକ କଂଗ୍ରେସ ପକ୍ଷରୁ ଏହାର ଜାତୀୟ ସ୍ତରୀୟ ପଦାଧିକାରୀ ମାନେ ରେଲୱେ ର ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ ଏହି ୭ ଦଫା ଦାବି ପୁରଣ ନେଇ ଆଲୋଚନା କରିବା ସହ ଚିଠି ମାଧ୍ୟମରେ ସୂଚିତ କରିସାରିଛନ୍ତି। ତେବେ ମଧ୍ୟ ଦାବି ପୂରଣ ହୋଇନଥିବା ବେଳେ ଆସନ୍ତା ୧୮ ତାରିଖ ସୁଦ୍ଧା ଯଦି ଦାବି ପୂରଣ ନେଇ କୌଣସି ପଦକ୍ଷେପ ନିଆନଗଲେ ଇଷ୍ଟ କୋଷ୍ଟ ରେଲୱେ ଶ୍ରମିକ କଂଗ୍ରେସ ପକ୍ଷରୁ ୧୮ ତାରିଖ ସମ୍ବଲପୁର ରେଲୱେ ଷ୍ଟେସନ ଓ ଟିଟିଲାଗଡ ରେଲୱେ ଷ୍ଟେସନ ଲବି ଠାରେ ୪୮ ଘଣ୍ଟିଆ ଅନଶନ କରାଯିବ ବୋଲିି ସୂଚନା ଦିଆଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଇଷ୍ଟ କୋଷ୍ଟ ରେଲୱେ ଶ୍ରମିକ କଂଗ୍ରେସ ପକ୍ଷରୁ ଅନ୍ୟ ସବୁ ବରିଷ୍ଠ ପଦାଧିକାରୀ ମାନେ ଉପସ୍ଥିତ ରହିଥିଲେ।