ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ ସ୍ଥାନରେ କାଳବୈଶାଖୀର ତାଣ୍ଡବ ପରିଲକ୍ଷିତ ହେଉଛି । ମୟୂରଭଞ୍ଜ ଜିଲ୍ଲା କଲା ବୈଶାଖୀ ପ୍ରଭାବରେ ବହୁଳ ଭାବରେ ପ୍ରଭାବିତ ହୋଇଛି । ଲଗାତାର ଭୀଷଣ ବର୍ଷା ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନକୁ ଆଜି ଏବଂ ଆସନ୍ତାକାଲିପାଇଁ ବନ୍ଦ ରଖିବାକୁ ନିଷ୍ପତି ନିଆଯାଇଛି ।
ମୟୂରଭଞ୍ଜ ଜିଲ୍ଲାରେ ଦେଖିବାକୁ ମିଳିଛି କାଳ ବୈଶାଖୀର କରାଳ ରୂପ। ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ, ବିଶୋଇ, ବାଙ୍ଗିରିପୋଷି, କୁଳିଅଣା ଓ ବାରିପଦା ବ୍ଲକରେ ଭୀଷଣ ବର୍ଷା ସହ କୁଆପଥର ମାଡ ଦେଖିବାକୁ ମିଳିଥିଲା । ଏପରିକି ସ୍ଥାନେ ସ୍ଥାନେ ଘରର ଛାତ ଉଡ଼ିଯାଇଥିଲା । ଅନେକ ଛୋଟ ବଡ ଗଛ ଧରାଶାୟୀ ହୋଇଛନ୍ତି । କୁଆପଥର ବର୍ଷାରେ ବିଛେଇ ହୋଇଛି ଧରିତ୍ରୀ ମାଟି। ଗୋଟେ ଗୋଟେ କୁଆପଥରର ଓଜନ ୨୫୦-୫୦୦ଗ୍ରାମ ପାଖାପାଖି ଥିବାର ଦେଖିବାକୁ ମିଳିଥିଲା ।
କାଳବୈଶାଖୀ ଯୋଗୁଁ ଭୀଷଣ ବର୍ଷା ପବନ ଘଡ଼ଘଡ଼ି ସାଙ୍ଗକୁ ବିଜୁଳି ଓ କୁଆପଥର ବର୍ଷା ଯୋଗୁଁ ଧନଜୀବନ ବହୁ କ୍ଷୟକ୍ଷତି ହୋଇଥିବା ବେଳେ ଶିମିଳିପାଳ ମଧ୍ୟକୁ 2ଦିନ ପାଇଁ ପର୍ଯ୍ୟଟକଙ୍କ ପ୍ରବେଶକୁ ନିଷେଧ କରା ଯାଇଅଛି ।