ପୋଖରୀକୁ ଗାଧେଇବାକୁ ଯାଇ ବୁଡି ଗଲେ ଦୁଇ ଭଉଣୀ । ଏପରି ଏକ ଅଭାବନୀୟ ଘଟଣା ପୁରୀ ଜିଲ୍ଲା ଗୋପ ଥାନା ଅଞ୍ଚଳରେ ଘଟିଛି । ଦୁଇ ଜଣ ପୋଖରୀରେ ବୁଡି ଯିବାର ଖବର ସ୍ଥାନୀୟ ଲୋକ ପାଇ ସାରିବା ପରେ ଦୁଇ ଭଉଣୀଙ୍କୁ ପୋଖରୀରୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ । ବହୁ ସମୟ ଖୋଜାଖୋଜି ପରେ ସ୍ଥାନୀୟ ଲୋକ ଦୁଇ ଜଣଙ୍କୁ ପୋଖରୀରୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ମୃତ ଦୁଇ ଭଉଣୀଙ୍କର ପରିଚୟ ମିଳିଛି ବୋଲି ସୂଚନା ମିଳିଛି । ଏହି ଘଟଣା ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି ।