ଭୁବନେଶ୍ୱର: ଆସନ୍ତାକାଲି ଭୁବନେଶ୍ୱରରେ ଦୁଇଟି ଡବଲ ଡେକର ବସ୍ ପହଞ୍ଚିବ। ଏହି ଖବର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ଦେଇଛନ୍ତି । ଓଡ଼ିଶାରେ ଆୟୋଜିତ ହେବାକୁ ଥିବା ପ୍ରବାସୀ ଭାରତୀୟ ଦିବସ ପାଇଁ ଏହି ସୁବିଧା କରାଯାଇଛି । ଆସନ୍ତାକାଲି ଭୁବନେଶ୍ୱରରେ ଦୁଇଟି ଗାଡ଼ି ପହଞ୍ଚିବା ପରେ ପରବର୍ତ୍ତୀ ସମୟରେ ଆଉ ୨ଟି ବସ୍ ମୁମ୍ବାଇରୁ ଆସିବ ବୋଲି ସୂଚନା ମିଳିଛି।
ଏହି ଡବଲ ଡେକର ବସ୍ ପ୍ରବାସୀ ଭାରତୀୟ ଦିବସ ପାଇଁ ବ୍ୟବହାର କରାଯିବ ଓ ପରେ ସାଧାରଣ ଲୋକଙ୍କ ଗମନାଗମନ ପାଇଁ ବ୍ୟବହାର କରାଯିବ। ଡବଲ ଡେକର ବସ୍ ଗେରୁଆ ରଙ୍ଗର ହୋଇଥିବା ସହିତ ଓଡ଼ିଶାର କଳା ଓ ସଂସ୍କୃତିର ଅନନ୍ୟ କଳା ମଧ୍ୟ ପ୍ରଦର୍ଶିତ କରାଯାଇଛି । ଏହି ବସ୍ ୫ଟି ରାଜ୍ୟ ସରକାର ଓଡିଶାକୁ ଆଣିବେ। ଯାହା କଟକ,ଭୁବନେଶ୍ୱର ଓ ପୁରୀରେ ଇଲେକ୍ଟ୍ରିକ ଡବଲ ଡେକର ବସ୍ ଚଳାଚଳ କରିବ। ପ୍ରଥମ ପର୍ଯ୍ୟାୟରେ ୨ଟି ବସ୍ ଆସୁଛି। ପରବର୍ତ୍ତୀ ସମୟରେ ଅନ୍ୟ ୩ଟି ବସ୍ ଆସିବ ବୋଲି ଜଣାପଡ଼ିଛି। ଏହି ବସରେ ଯାତ୍ରା କରିବା ଦ୍ୱାରା ଯାତ୍ରା ସରଳ ହେବ ।