ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ଖେମକା ପକ୍ଷରୁ ବୃକ୍ଷ ରୋପଣ ପାଇଁ ସଚେତନତା ଶୋଭାଯାତ୍ରା ଏବଂ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଖେମକାର ମୁଖ୍ୟ ଶଙ୍କର ଲାଲ ଅଧକ୍ଷତାରେ ବିଭିନ୍ନ ସଦସ୍ୟ ଓ ସଦସ୍ୟାମାନେ କାମାକ୍ଷାନଗର ବଜାର ପରିକ୍ରମା କରି ପ୍ରତି ଲୋକଙ୍କୁ ଚାରା ବଣ୍ଟନ କରିଥିଲେ। ଏହି ଚାରା ବଣ୍ଟନ କାର୍ଯ୍ୟକ୍ରମରେ କାମାକ୍ଷାନଗର ଥାନା ଅଧିକାରୀ ଧିରେନ ବେହେରା, ଏସଆଇ ଜିତେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ତେବେ ଏହିପରି ଚାରା ବଣ୍ଟନ କରିବାର ମୁଖ୍ୟ ଉଦେଶ୍ୟ ଥିଲା ବିପୁଳ ପରିମାଣର ବୃକ୍ଷ ରୋପଣ କରି ଗ୍ଲୋବାଲ ୱାର୍ମିଙ୍ଗ ରୋକିବା। କାରଣ ଆଜିର ସମାଜରେ ଜଳବାୟୁ କ୍ଷେତ୍ରରେ ହେଉଥିବା ପରିବର୍ତ୍ତନ ଏବଂ ଜଳବାୟୁର ନିୟାମକ ଗୁଡିକର ପ୍ରଭାବ, ଗ୍ଲୋବାଲ ୱାର୍ମିଙ୍ଗ ଚିନ୍ତାର ବିଷୟ ପାଲଟିଛି ତେଣୁ ଏହାକୁ ରୋକିବା ପାଇଁ ଏହିପରି ଚାରା ବଣ୍ଟନ କରି ଏକ ଅନନ୍ୟ ପ୍ରୟାସ ଆରମ୍ଭ କରିଛନ୍ତି ଖେମକାର ମୁଖ୍ୟ ଶଙ୍କର ଲାଲ।