ହୀରାକୁଦରେ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଚଢ଼ାଉ । ହୀରାକୁଦ ସହରରେ ଦୂଷିତ ପାଣି ଦ୍ୱାରା ବ୍ୟାପୁଛି ଝାଡ଼ାବାନ୍ତି । ଯାହାଫଳରେ ଅନେକ ଲୋକ ଝାଡ଼ାବାନ୍ତିର ଶିକାର ହେଉଛନ୍ତି । ଦୂଷିତ ପାଣି ଦ୍ଵାରା ଝାଡ଼ାବାନ୍ତି ରୋଗ ବ୍ୟାପୁଥିବା ଖବର ପାଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଇ ହୀରାକୁଦ ସହରର ବିଭିନ୍ନ ଅଞ୍ଚଳରେ ସମ୍ବଲପୁର ମହାନଗର ନିଗମ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ଦୂଷିତ ପାଣି ଦ୍ୱାରା ବ୍ୟାପୁଥିବା ଭିନ୍ନ ଭିନ୍ନ ରୋଗକୁ ରୋକିବା ପାଇଁ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।
ଏନେଇ ସମ୍ବଲପୁର ମହାନଗର ନିଗମ ଖାଦ୍ୟ ନିରାପତ୍ତା ବିଭାଗର ଅଧିକାରୀ ସନ୍ଦିପ ସୌରଭ ସୁଚନା ଦେଇଛନ୍ତି। ଖାଦ୍ୟ ନିରାପତ୍ତା ବିଭାଗର ଅଧିକାରୀଙ୍କ ସୁଚନା ମୁତାବକ ହୀରାକୁଦ ରେ ଡାଇରିଆ ରୋଗ ଜନିତ ଅଭିଯୋଗ ହେବାପରେ ଏହି ଚଡାଉ କରାଯାଇଥିଲା । ମହାନଗର ନିଗମ ଖାଦ୍ୟ ନିରାପତ୍ତା ବିଭାଗର ଅଧିକାରୀଙ୍କ ନେତୃତ୍ବରେ ଖାଦ୍ୟ ନିରାପତ୍ତା ବିଭାଗର କର୍ମଚାରୀ କିରଣ କୁମାର ମହାନନ୍ଦିଆ, ମୁକେଶ କୁମାର ବାଗ ପ୍ରମୁଖ ଏହି ଚଢ଼ାଉରେ ସାମିଲ ହୋଇଥିଲେ।
ତେଵେ ଏହି ଚଡାଉ ସମୟରେ ବିଭିନ୍ନ ଖାଦ୍ୟ ଷ୍ଟଲ ଗୁଡିକରେ ସ୍ୱଚ୍ଛ ପାଣି ବ୍ୟବହାର ହେଉଛି କି ନାହଁ ସେନେଇ ଯାଞ୍ଚ କରାଯାଇଛି। ଏଥିସହ ବିଭିନ୍ନ ସ୍ଥାନରେ ଖାଦ୍ୟ ଷ୍ଟଲ ଗୁଡିକରେ ବ୍ୟବହାର ହେଉଥିବା ପାଣି ସ୍ୱଚ୍ଛତା ଭାବରେ ଲୋକଙ୍କୁ ଦେବାକୁ ତାଗିଦ୍ କରାଯାଇଛି। ଏପରିକି ବିନା ଲାଇସେନ୍ସରେ ବୋତଲରେ ସୋଢା ବିକ୍ରି ହେଉଥିବା ସ୍ଥାନକୁ ଯାଇ ସେସବୁକୁ ନଷ୍ଟ କରାଯାଇଛି ବୋଲି ମହାନଗର ନିଗମ ଖାଦ୍ୟ ନିରାପତ୍ତା ବିଭାଗର ଅଧିକାରୀ ସୁଚନା ଦେଇଛନ୍ତି।