Des- ଓଡ଼ିଆ ଅସ୍ମିତାର ପ୍ରତୀକ ପିପିଲି ଚାନ୍ଦୁଆକୁ ବିଶ୍ୱ ବଜାର ସହ ଯୋଡ଼ିବା ପାଇଁ ପିପିଲିର ଜଗନ୍ନାଥପୁର ମୌଜାରେ ୫ ଏକର ଜମି ଉପରେ ହବ୍ର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ପ୍ରାୟ ୮୦ କୋଟି ଟଙ୍କା ବିନିଯୋଗରେ ନିର୍ମାଣ ହେବାକୁ ଥିବା ଏହି ୫ ମହଲା ବିଶିଷ୍ଟ ପ୍ରକଳ୍ପ ଦ୍ୱାରା ୬ ହଜାରରୁ ଅଧିକ କାରିଗର ଉପକୃତ ହେବେ। ଏଠାରେ କଞ୍ଚାମାଲ ବ୍ୟାଙ୍କ ସହ ମହିଳା SHG ଗ୍ରୁପକୁ ଡିଜିଟାଲ ମାର୍କେଟିଂ ତାଲିମ ଦିଆଯିବ। ଏହି ଭବ୍ୟ କାର୍ଯ୍ୟକ୍ରମରେ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ସାଂସଦ ସମ୍ବିତ ପାତ୍ର ଏବଂ ସ୍ଥାନୀୟ ବିଧାୟକମାନେ ଉପସ୍ଥିତ ଥିଲେ।
Read More >