ଭୁବନେଶ୍ବର: କେତେ ଆଶା ଥିଲା ଶ୍ରୀକ୍ଷେତ୍ରରେ ପହଞ୍ଚିବେ। ବଡ଼ଦାଣ୍ଡରେ ଚାଲିବେ ଏବଂ ଶ୍ରୀମନ୍ଦିରରେ ଜଗାଦର୍ଶନ କରିବେ। କାଳିଆସାଆନ୍ତଙ୍କୁ ଗୁହାରି କରି ଆଶୀର୍ବାଦ ମାଗିବେ। ତେବେ ମନର ଭାବନା ଅଟକି ଯାଇଛି। ବିହାରରରୁ ଶ୍ରୀକ୍ଷେତ୍ରଧାମ ଅଭିମୁଖେ ଅଗ୍ରସର ଏକ ପରିବାର ପୁରୀରେରେ ପହଞ୍ଚିବା ପୂର୍ବରୁ ମୟୂରଭଂଜରେ ଦୁର୍ଘଟଣାର ଶିକାର ହୋଇଛନ୍ତି। ଏକ ଟ୍ରକ୍ ସହିତ ଧକ୍କା ହେବାରକୁ ଗୋଟିଏ ପରିବାରର ୧୦ଜଣ ଗୁରୁତର ହୋଇଛନ୍ତି।
ସୂଚନା ଅନୁସାରେ ବିହାରର ଔରଙ୍ଗାବାଦ ଅଞ୍ଚଳରୁ ଏକ ବୋଲୋରୋରେ ପରିବାରର ୧୦ ଜଣ ପୁରୀ ଅଭିମୁଖେ ବାହାରିଥିଲେ। ସେମାନେ ଆଜି ଅପରାହ୍ଣରେ ପୁରୀରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବାକୁ ଯୋଜନା କରିଥିଲେ। ତେବେ ମୟୁରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅଧୀନ ୧୮ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣାର ଶିକାର ହୋଇତିଳେ। ଛୁରୁଣୀ ଛକ ନିକଟରେ ଭୋର ୫ଟାରେ ବୋଲେରୋକୁ ରାଜସ୍ଥାନର ଦୌସା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ପଂଜୀକୃତ ଏକ ଟ୍ରକ୍ ଧକ୍କା ଦେଇଥିଲା।
ଘଟଣା ସମୟରେ ଟ୍ରକ୍ଟି ବ୍ୟାକ୍ କରୁଥିଲା। ଦୁର୍ଘଟଣା ପରେ ୧୦ ଗୁରୁତରମାନଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ବେତନଟୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ସ୍ବାସ୍ଥ୍ୟ ଯାଞ୍ଚ ପରେ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଖବର ପାଇ ପୁଲିସ ଘାଟଣା ସ୍ଥଳରେ ପହଁଛି ତଦନ୍ତ ଆରମ୍ଭ କରିଛି l
ଅଧିକ ପଢ଼ନ୍ତୁ: ନିଆଁଲିଭା କାମରେ ଅଗ୍ନି ନିର୍ବାପକ କର୍ମଚାରୀ ନିୟୋଜିତ