ସୋମବାର ପାଟଣା ରେଞ୍ଜ ସାହରପଡା ସେକ୍ସନ ରାଇଡିହା ବିଟ ସ୍ଥିତ ଏକ ଗାଁରୁ ଉଦ୍ଧାର ହେଲା ହରିଣ । ଗ୍ରାମବାସୀମାନେ ହରିଣକୁ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରିଥିଲେ ବୋଲି ସୂଚନା ମିଳିଛି । ଗ୍ରାମବାସୀମାନେ ଗାଁର ଜଣେ ଲୋକ ଚାଷ ଜମିରେ ହରିଣକୁ ଦେଖିଥିଲେ ପରେ ହରିଣକୁ ଉଦ୍ଧାର କରିଥିଲେ । ଗ୍ରାମବାସୀମାନେ ତୁରନ୍ତ ସାହାରପଡା ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ, ବନ ବିଭାଗ କର୍ମଚାରୀ ଗାଁରେ ପହଞ୍ଚିଥିଲେ । ହରିଣର ଶରୀରରେ ଆଘାତ ଲାଗିଥିବା ସୂଚନା ମିଳିଛି ।