କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ନେଇ ସାଙ୍ଘାତିକ ଅଭିଯୋଗ ଆସିଛି । ଅଭିଯୋଗ ଅନୁସାରେ ଭୁବନେଶ୍ୱରରେ ବାସିନ୍ଦା ପ୍ରାଣକୃଷ୍ଣ ବିଶ୍ୱାଳଙ୍କ ସ୍ତ୍ରୀଙ୍କୁ ଗର୍ଭଯନ୍ତ୍ରଣା ହେବା ପରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କର ସନ୍ତାନ ପ୍ରସବ ପରେ ପୁଅ ହୋଇଛି ବୋଲି ପ୍ରଥମେ ନର୍ସ ଜଣାଇଥିଲେ । କିନ୍ତୁ ପରିବାରକୁ ଶିଶୁ ହସ୍ତାନ୍ତର ବେଳେ କନ୍ୟା ସନ୍ତାନ ଦିଆଯାଇଥିଲା । ଏନେଇ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ପରିବାର ।
ଅଭିଯୋଗକାରୀ ଶିଶୁର ପିତାଙ୍କ କହିବା କଥା ହେଉଛି , ସୋମବାର ରାତି ୧୦ଟାରେ ତାଙ୍କର ପୁଅ ହେଲା ବୋଲି ମେଡିକାଲ କର୍ମଚାରୀ କହିଥିଲେ । ପରେ ଛୁଆକୁ ନର୍ସ ଆଣି ତାଙ୍କ ଶାଶୁକୁ ଦେଇଥିଲେ । ହେଲେ ଛୁଆର ଫଟୋ ଉଠାଇଲା ବେଳେ ସେ ପୁଅ ନୁହେଁ ଝିଅ ବୋଲି ଜଣାପଡ଼ିଥିଲା । ଏହି ବିଷୟରେ ସେ ନର୍ସଙ୍କୁ ପଚାରିଥିଲେ ଯେ ମୋର ପୁଅ ହୋଇଥିଲା, ଝିଅ କ’ଣ ହେଲେ ସେ କିଛି ନ କହି ପଳାଇ ଯାଇଥିଲେ । କିଛି ସମୟ ପରେ ଡାକ୍ତର ଆସି କହିଥିଲେ ତୁମର ଝିଅ ହୋଇଛି । ଅନ୍ୟ ଜଣଙ୍କର ପୁଅ ହୋଇଛି ନର୍ସ ଭୁଲରେ ପୁଅ ହୋଇଛି ବୋଲି କହିଥିଲେ ।
ଅଭିଯୋଗ ପରେ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଘଟଣାର ତଦନ୍ତ କରାଯିବା ନେଇ ସୂଚନା ଦେଇଛନ୍ତି । ଏହା ସହ ଶିଶୁର ଡିଏନଏ ଟେଷ୍ଟ କରାଯିବ ଓ ଏହି ଘଟଣାର ତଦନ୍ତ ପାଇଁ ତିନି ଜଣିଆ ଟିମ୍ ଗଠନ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି।
ଅଧିକ ପଢନ୍ତୁ :- ଛାତ୍ରକୁ ପଥରରେ ଛେଚି କରାଯାଇଛି ହତ୍ୟା