ଏହି ବର୍ଷ ଗଣେଶ ପୂଜାରେ ଭୁବନେଶ୍ୱରରେ ବାଜିବନି ଡିଜେ। ପାରମ୍ପରିକ ବାଦ୍ୟଯନ୍ତ୍ରର ବ୍ୟବହାର ନିମନ୍ତେ ନିର୍ଦେଶ ଦେବା ସହ ଡିଜେକୁ ବ୍ୟାନ କରିଛି କମିଶନରେଟ୍ ପୋଲିସ। କେବଳ ଭସାଣିରେ ନୁହେଁ ମେଲୋଡି ରେ ମଧ୍ୟ ବାଜିବନି ଡିଜେ ।
ଏହିବର୍ଷ ସେପ୍ଟେମ୍ୱର ୭ ତାରିଖରେ ଗଣେଶ ପୂଜା ପାଳିତ ହେବାକୁ ଯାଉଛି । ସେହିପରି ବିକୃତ ମୂର୍ତ୍ତି ନିର୍ମାଣ କରି ଓ ପୂଜା ହେଉଥିବା ନଜରକୁ ଆସିଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହି ବିଷୟରେ କମିଶନରେଟ ପୋଲିସ ଓ ରାଜଧାନୀର ବିଭିନ୍ନ ପୂଜା କମିଟି ମଧ୍ୟରେ ବୈଠକ ବସିଥିଲା । ସେହିଭଳି ଭସାଣୀଯାତ୍ରା ପୂର୍ବରୁ ପୁଲିସ ଅନୁମତି ନେବାକୁ ନିର୍ଦେଶ ଦିଆଯାଇଛି ।
ଗଣେଶ ପୂଜା ଉପଲକ୍ଷେ ଜୋର ଜବରଦସ୍ତ ଚାନ୍ଦା ଆଦାୟକୁ ମନା କରାଯାଇଛି । ଏଥିରେ ବ୍ୟତିକ୍ରମ ଘଟିଲେ ଆଇନ ଅନୁଯାୟୀ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅଧିକ ଭିଡ ନିୟନ୍ତ୍ରଣ ପାଇଁ ଅଧିକ ଫୋର୍ସ ମୁତୟନ କରିବ ଟ୍ରାଫିକ ପୋଲିସ । ସିସିଟିଭି ସାରା ସହରରେ ଲାଗିବ ଓ ଗତିବିଧି ଅନୁଧ୍ୟାନ କରିବ । ୭ରେ ପୂଜା ପରେ ୮, ୧୧ଓ ୧୨ ତାରିଖରେ ଭଷାଣି ପାଇଁ ଧାର୍ଯ୍ୟ କରାଯାଇଛି । କମିଶନରେଟ ପୋଲିସର ସମସ୍ତ ନିର୍ଦେଶରେ ସହମତି ପ୍ରକାଶ କରିଛନ୍ତି ରାଜଧାନୀର ସମସ୍ତ ପୂଜା କମିଟି ।.