ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି ବାତ୍ୟା `ମାଣ୍ଡୋସ'
Khabar Odisha:Cyclone-Mandous-to-make-landfall-near-Indian-state-of-Chennai-city-on-high-alert
Bhubaneswar:08/12/2022

ବଙ୍ଗୋପସାଗରରେ ସକ୍ରିୟ ରହିଛି ବାତ୍ୟା `ମାଣ୍ଡୋସ' । ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟା ପ୍ରତି ୧୧ କିମି ବେଗରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି ବାତ୍ୟା `ମାଣ୍ଡୋସ'  । ପାଣିପାଗ ବିଭାଗ ସୂଚନା ମୁତାବକ ଆସନ୍ତାକାଲି ମଧ୍ୟରାତ୍ରି ସମୟରେ ପୁଡୁଚେରୀ ଏବଂ ଶ୍ରୀହରିକୋଟା ମଧ୍ୟରେ ବାତ୍ୟା ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି ।ଏହି ସମୟରେ ପବନର ବେଗ ୬୫ ରୁ ୭୫ କି.ମି ତଥା ସର୍ବାଧିକ ୮୫ କି.ମି ଯାଏଁ ରହିବ ବୋଲି ପାଣିପାଗ ଵିଭାଗ ଅନୁମାନ କରିଛି । ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଓ ପୁଡ୍ଡୁଚେରୀରେ ୟେଲୋ ଆଲର୍ଟ ଜାରି କରାଯାଇଛି । ତେବେ ଓଡିଶା ଉପରେ ଏହାର ସିଧାସଳଖ ପ୍ରଭାବ ନଥିଲେ ମଧ୍ୟ  ୧୦ ଓ ୧୧ ତାରିଖରେ ଦକ୍ଷିଣ ଓଡିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।

ଆଗାମୀ ୨୪ ଘଣ୍ଟା ପରେ ରାତ୍ରି ତାପମାତ୍ରା ବଢିବା ସହ କମିବ ଶୀତ । ଆଗାମୀ ୨୪ଘଣ୍ଟା ଯାଏଁ ରାତ୍ରି ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନଥିବାବେଳେ ଆଗାମୀ ଦୁଇ ଦିନ ପରେ  ରାତ୍ରି ତାପମାତ୍ରା ରାଜ୍ୟର ଅନେକ ସ୍ଥାନରେ ୨ ରୁ ୪ ଡ଼ିଗ୍ରୀ ଯାଏଁ ବୃଦ୍ଧି ହେବାର ସମ୍ଭାବନା ଥିବାରୁ ଶୀତର ପ୍ରଭାବ କମିବ। 

Subscribe

National International State Sports Entertainment