ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଅର୍ଣ୍ଣବ’ ଭୀଷଣ ବାତ୍ୟାର ରୂପ ନେଇଛି ଏବଂ ଘଣ୍ଟାପ୍ରତି ୧୭ କିଲୋମିଟର ବେଗରେ ଆଗକୁ ମାଡିଆସୁଛି।ଗୋପାଳପୁର ଓ ବିଶାଖାପାଟଣାଠାରୁ ୪୯୦ କିମି ଦୂରରେ 'ଅର୍ଣ୍ଣବ' ରହିଛି। ଆନ୍ଧ୍ର ପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ପାଇଁ ବାତ୍ୟା ସତର୍କତା ଜାରି ହୋଇଛି।
ଏହା ଅଧିକ ଘନୀଭୂତ ହୋଇ ଆସନ୍ତାକାଲି (ଅକ୍ଟୋବର ୨୭) ସୁଦ୍ଧା ଅତି ଭୀଷଣ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି।
ଅକ୍ଟୋବର ୨୮ ତାରିଖରେ ଏହାର ପ୍ରଭାବ ଅଧିକ ରହିବ ବୋଲି ଆକଳନ କରାଯାଇଛି ଏବଂ ଓଡ଼ିଶାର କିଛି ସ୍ଥାନରେ ରେଡ୍ ଆଲର୍ଟ ଜାରି କରାଯାଇଛି।
ଅନ୍ୟପଟେ ବାହ୍ୟ ବଳୟ ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇଛି। ରାଜଧାନୀ ଭୁବନେଶ୍ୱରର ସମେତ ଜଗତସିଂହପୁର ଓ ପାରାଦୀପରେ ସ୍ବଳ୍ପ ବର୍ଷା ସହ ହାଲୁକା ପବନ ହୋଇଛି।
ବାତ୍ୟା ପାଇଁ ଓଡ୍ରାଫ, NDRF, ଅଗ୍ନିଶମ ଟିମ୍ ମୁତୟନ ହୋଇଛି।
ରାଜ୍ୟରେ ୬୦ଟି ଓଡ୍ରାଫ ,୯ଟି NDRF ଟିମ୍ ଓ ୨୨୫ଟି ଅଗ୍ନିଶମ ଟିମ୍ ମୁତୟନ ନେଇ ସରକାରୀ ସୂଚନା ରହିଛି।