ଖୋର୍ଦ୍ଧା: ଦିନକୁ ଦିନ ବଢି ଚାଲିଛି ଲୁଟ ଏବଂ ଲୁଟେରାଙ୍କ ଆତଙ୍କରାଜ। ଘରେ ହେଉ କିମ୍ବା ବାହାରେ ସବୁଠି ସାଧାରଣ ଲୋକ ଲୁଟ ର ଶିକାର ହେଇଛନ୍ତି। ସେହିପରି ଦୁଇଜଣ ଇଂଜିନିୟରଙ୍କୁ ଲକ୍ଷଲକ୍ଷ ଟଙ୍କାର ଚୂନ ଲେଗେଇଛନ୍ତି ଜଣେ ଦୃର୍ବୁତ୍ତ। ତେବେ ଏହି ମାମଲା ନେଇ ପୋଲିସ ନିକଟରେ ଅଭିଯୋଗ କରିଥିଲେ ଲୁଟର ଶିକାର ହୋଇଥିବା ବ୍ୟକ୍ତି। ଏହାପରେ ଅଭିଯୋଗକୁ ଆଧାର କରି ପୋଲିସ ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଛି।
ସୂଚନା ଅନୁସାରେ , ବିରଞ୍ଚି ପଟ୍ଟନାୟକ ଦୁଇ ଜଣ ଇଂଜିନିୟଙ୍କୁ କୋଟିଏରୁ ଅଧିକ ଟଙ୍କାର ଚୂନ ଲଗାଇଥଲେ। ଉଚ୍ଚ ଦରମାରେ ନିଯୁକ୍ତି ଦେବ କହି ଜଣେ ଏରୋନେଟିକ ଇଂଜିନିୟରଙ୍କୁ ୯୦ ଲକ୍ଷ ଟଙ୍କା ଏବଂ ବ୍ରିଟିଶ ଏୟାର ୱେଜ୍ ଓ ଲୁପଥାନ୍ସା ଏୟାରୱେଜରେ ଚାକିରି ଦେବ କହି ତାଙ୍କ ଠାରୁ ୯୦ ଲକ୍ଷ ଟଙ୍କା ଠକି ନେଇଥିଲେ ବିରଞ୍ଚି। ତେଣୁ ଉଭୟ ଇଞ୍ଜିନିୟର ମାନେ ଗୁଣୁପୁର ଥାନାରେ ଠକେଇ ଘଟଣାରେ ଅଭିଯୋଗ କରିଥିଲେ। ଏହାପରେ କ୍ରାଇମବ୍ରାଞ୍ଚ ଏହାର ତଦନ୍ତ କରି ଠକକୁ ଗିରଫ କରିଛି।ଏବଂ ତାଙ୍କ ଠାରୁ ଲୁଟ କରିଥିବା ଟଙ୍କାକୁ ଜବତ କରିଛି।