ପ୍ରବାସୀଙ୍କୁ ନେଇ ବଢିଲା ଚିନ୍ତା, ଜଳପଥ ଦେଇ ପ୍ରବାସୀ ଆସିବା ସମ୍ଭାବନା ଥିବାରୁ ୧୮ଟି ମେରାଇନ ଷ୍ଟେସନରେ ଯାଞ୍ଚ
Khabar Odisha:Concerns-have-been-raised-about-the-migrants-who-are-expected-to-arrive-by-water-through-checkpoints-at-14-marine-stations
ଭୁବନେଶ୍ୱର , ଏପ୍ରିଲ 23 (ଖବର ଓଡ଼ିଶା):

ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଦେଶର ବିଭିନ୍ନ ସ୍ଥାନରେ କରୋନା ସଂକ୍ରମଣ ଯୋଗୁଁ ବହୁ ପ୍ରବାସୀ ଓଡ଼ିଶାକୁ ଫେରିବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଯାଞ୍ଚକୁ କଡ଼ାକଡ଼ି କରାଯାଇଛି । ଜଳପଥ ଦେଇ ଓଡ଼ିଶାକୁ ପ୍ରବାସୀ ଆସିବାର ସମ୍ଭାବକୁ ଦୃଷ୍ଟିରେ ରଖି ସମୁଦ୍ର କୂଳରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ଏନେଇ ରେଲୱ ଓ ତଟରକ୍ଷୀ ସୁରକ୍ଷା ଏଡିଜି ପ୍ରଣବିନ୍ଦୁ ଆଚାର‌୍ୟ୍ୟ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ପ୍ରବାସୀ ଆସିବା ସମ୍ଭାବନା ଥିବାରୁ ୧୮ଟି ମେରାଇନ ଷ୍ଟେସନରେ ଯାଞ୍ଚ କରାଯାଉଛି

ଜଳପଥରେ ଆସୁଥିବା ଲୋକଙ୍କ ବିଷୟରେ ପ୍ରତ୍ୟେକ ଥାନାକୁ ସୂଚନା ଦିଆଯାଉଛି । ବାହାରୁ କୌଣସି ବୋଟ ଆସିଲେ ବୋଟ ସିଜ ସହ କାର‌୍ୟ୍ୟାନୁଷ୍ଠାନ ହେବ ବୋଲି ରେଲୱ ଓ ତଟରକ୍ଷୀ ସୁରକ୍ଷା ଏଡିଜି ପ୍ରଣବିନ୍ଦୁ ଆଚାର‌୍ୟ୍ୟ ସୂଚନା ଦେଇଛନ୍ତି । ।

  • Tags:

Subscribe

National International State Sports Entertainment