ଭୁବନେଶ୍ୱର, ଜାନୁଆରୀ ୦୧(ଖବର ଓଡିଶା):
୧୩ ପୂରି ୧୪ ବର୍ଷରେ ପାଦ ଥାପିଲା କମିଶନରେଟ ପୋଲିସ । ୨୦୦୮ ଜାନୁଆରୀ ମାସ ୧ ତାରିଖରେ ଟ୍ୱିନ ସିଟିରେ କମିଶନରେଟ ପୋଲିସ ବ୍ୟବସ୍ଥା ଲାଗୁ ହୋଇଥିଲା । ଏହି ଆଇନ ବ୍ୟବସ୍ଥା ଆଜି ୧୫ ବର୍ଷରେ ପାଦ ଥାପିଛି । କରୋନା ପାଇଁ ଏଥର ନିରାଡମ୍ବର ସହ ଜନ୍ମଦିନ ପାଳନ କରିବା କମିଶନରେଟ ପୋଲିସ୍ ।
ତେବେ ୧୪ ବର୍ଷ ଭିତରେ ଟ୍ୱିନ୍ ସିଟିରେ କମିଶନରେଟ ପୋଲିସ ଲୋକଙ୍କୁ ଅନେକ ସେବା ଯୋଗାଇ ଆସିଛି । ସହାୟତା ଆପ୍, ବରିଷ୍ଠ ନାଗରିକ ସେଲ୍, ବସ୍ତିକୁ ଚାଲ ଭଳି ଅନେକ ସେବା ଇପଲବ୍ଧ ହୋଇଛି । ଅପରାଧୀଙ୍କୁ ସାବାଡ କରିବା ପାଇଁ ସ୍ପେଶାଲ ସ୍କ୍ୱାଡ୍ ଓ କୁଇକ ଆକ୍ସନ୍ ଟିମ୍ ନିୟୋଜିତ କରାଯାଇଛି ।
୨୦୦୮ ମସିହାରେ ଟ୍ୱିନ୍ ସିଟିରେ ୩୬ଟି ଥାନାକୁ ନେଇ କମିଶନରେଟ ପୋଲିସ ଆରମ୍ବ ହୋଇଥିଲା । ଆଉ ଏବେ ସେଥିରେ ଯୋଡି ହୋଇଛି ଆଉ ୧୨ଟି ଥାନା । ଏହାକୁ ମିଶାଇଲେ ଟ୍ୱିନ୍ ସିଟିରେ ଥାନା ସଂଖ୍ୟା ୫୨ରେ ପହଞ୍ଚିଛି । ଏହାସହିତ ଅନେକ ଆଇନଗତ କ୍ଷମତା ହାସଲ କରିଛି କମିଶନରେଟ ପୋଲିସ । କମିଶନରେଟ ପୋଲିସ ମୁଖ୍ୟାଳୟର ନାମ ବଦଳି ଏବେ ପୋଲିସ୍ ସେବା ଭବନ ହୋଇଛି ।